ଦୀର୍ଘ ୧୭ ଦିନ ବିତିଲା ତଥାପି ଏସିଏଫ୍‌ଓ ସୌମ୍ୟରଞ୍ଜଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସାରା ଓଡିଶାରେ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଗତ ୧୨ ତାରିଖରେ ଘଟିଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୭ଦିନ ଅତିକ୍ରାନ୍ତ ହୋଇଛି । ଗଜପତି ଜିଲ୍ଲା ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ କ୍ରାଇମବ୍ରାଞ୍ଚ ଏହି ଘଟଣାନେଇ ବାରମ୍ବାର ବିଭିନ୍ନ ଭାବେ ତଦନ୍ତ ଜାରି ରଖିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଏହି ସନ୍ଦେହଜନକ ମୃତ୍ୟୁ ଘଟଣାର ପ୍ରକୃତ ସତ୍ୟତା ଲୋକଲୋଚନକୁ ଆସିପାରିନାହିଁ । ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଦୁର୍ଘଟଣା ଜନିତ, ସୁପଲରିକଳ୍ପିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏହାର କୌଣସି ସ୍ପଷ୍ଟତା ଲୋକଙ୍କ ଠାରେ ପହଞ୍ôଚ ପାରିନାହିଁ । ଅନ୍ୟ ପକ୍ଷରେ ପୋଲିସ ବିଭିନ୍ନ ଦିଗକୁ ଅନୁସରଣ କରି ଏହାର ତଦନ୍ତ ଜାରି ରଖିଥିବା ସୂଚନା ଦେଇ କହିଛନ୍ତି । ଅତି ତୁରନ୍ତ ଏହି ଘଟଣାର ପର୍ଦ୍ଦାଫାସ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ