ଟ୍ରାକ୍ଟର ଓଲଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲେମ୍ବାପଙ୍କା ଗ୍ରାମର ଚାଷ ଜମିରେ ଚାଷ କରୁଥିବା ବେଳେ ଅଚାନକ ଟ୍ରାକ୍ଟର ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଚାଳକ ରଞ୍ଜନ କୁମାର ନାୟକ (୨୮) ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଟ୍ରାକ୍ଟର ତଳୁ ରଞ୍ଜନକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରାଯାଇଥିଲା । ମୋହନା ପୋଲିସ ପହଞ୍ôଚ ଶବ ଜବତ କରି ବ୍ରହ୍ମପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ଟ୍ରାକ୍ଟରଟିକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ