ଅଗ୍ରିକଲଚର ଆଣ୍ଡ୍ କନଷ୍ଟ୍ରକଶନ ଇକ୍ୟୁପମେଂଟସ୍ ନିର୍ମାତାଙ୍କ ପକ୍ଷରୁ ଭାରତରେ ନକଲି କୃଷି ଉପକରଣ ବିକ୍ରି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଉଦ୍ୟମ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଏଫ୍‌ଆଇସିସିଆଇ କ୍ୟାସକେଡ୍ ରିପୋର୍ଟ ଅନୁସାରେ କ୍ୟାପିଟାଲ ଗୁଡସ୍‌(ମେସେନାରୀ ଆଣ୍ଡ୍ ପାର୍ଟସ୍‌) ଏବଂ କଞ୍ଜ୍ୟୁମର(ଇଲୋକ୍ଟ୍ରୋନିକ୍ସ୍‌) ଡ୍ୟୁରାବୁଲ୍ସ୍ ସମେତ ୫ଟି ଅଗ୍ରଣୀ ସେକ୍ଟରରେ ଚୋରା କାରବାର ଏବଂ ନକଲି ଉତ୍ପାଦ ବିକ୍ରି ଯୋଗୁ ଭାରତୀୟ ଅର୍ଥନୀତିରେ ୧,୧୭,୨୫୩ କୋଟି ଟଙ୍କାର କ୍ଷତି ହୋଇଛି । ୨୦୨୨ ସୁଦ୍ଧା ବିଶ୍ୱସ୍ତରରେ ଏଭଳି ନକଲି ଉତ୍ପାଦ ବିକ୍ରି କାରବାର ଦୁଇଗୁଣା ହୋଇ ୧୧୯.୭ ଲକ୍ଷ କୋଟିରେ ପହଂଚିବାର ଆଶଙ୍କା ରହିଛି । ନକଲି ଉତ୍ପାଦ ବିକ୍ରି କାରବାର ରୋକିବା ଲାଗି ଗ୍ରାହକଙ୍କୁ ପ୍ରକୃତ ଉତ୍ପାଦ ସମ୍ପର୍କରେ ସଚେତନ କରାଇବା ସହିତ ବଜାରରେ ଏଭଳି ଉତ୍ପାଦର ଚିହ୍ନଟ ଲାଗି ସ୍ୱୀକୃତିପ୍ରାପ୍ତ ସେଲସ୍ ସର୍ଭିସ୍ ଚ୍ୟାନେଲ୍‌ର ସହାୟତା ନେବା ପାଇଁ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପାୱାର ପ୍ରଡକ୍ଟ କ୍ଷେତ୍ରରେ ଦୀର୍ଘ ୩୫ ବର୍ଷ ଧରି କାରବାର ଜାରି ରଖିଥିବା ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ପକ୍ଷରୁ ‘ନୋ ୟୋର୍ ହୋଣ୍ଡା’ ଅଭିଯାନ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଗ୍ରାହକଙ୍କୁ ଆଇପି ସେଲ୍ ମାଧ୍ୟମରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ସହିତ ଅନ୍‌ଲାଇନ୍ ତଥା ଅଫ୍‌ଲାଇନ୍ ସେଲ୍ସ୍ ପ୍ଲାଟଫର୍ମ ଉପରେ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ତୀକ୍ଷ୍‌ଣ ନଜର ରଖାଯାଉଛି ।ନକଲି ଉତ୍ପାଦ ବିକ୍ରି କାରବାର ସମ୍ପର୍କରେ ଖ୍ୟାତିସମ୍ପନ୍ନ କଞ୍ଜ୍ୟୁମର ଆକ୍ଟିଭିଷ୍ଟ୍ ପ୍ରଫେସର ବେଜୋନ୍ କୁମାର ମିଶ୍ର କହିଲେ, ବିଶ୍ୱସ୍ତରରେ ନକଲି ଉତ୍ପାଦ ବିକ୍ରି କାରବାର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଏହାଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱରେ ବିପୁଳ ଆର୍ଥିକ କ୍ଷତି ହେବା ସହିତ ଶିଳ୍ପ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡୁଛି । ଏହାଯୋଗୁ ଭାରତରେ ଆର୍ଥିକ କ୍ଷେତ୍ର, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସୁରକ୍ଷା ପ୍ରଭାବିତ ହେବାରେ ଲାଗିଛି । ଗତ ୩ ଦଶନ୍ଧିରୁ ଅଧିକ ବର୍ଷ ଧରି କୃଷି କ୍ଷେତ୍ରଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ରରେ ପାୱାର ପ୍ରଡକ୍ଟ କାରବାର ଜାରି ରଖିଥିବା ହୋଣ୍ଡା ନକଲି ଉତ୍ପାଦ ବିକ୍ରି କାରବାର ବିରୋଧରେ ଏବେ ଅଭିଯାନ ଆରମ୍ଭ କରିଛି । ତେଣୁ ଏନେଇ ଆମେ ସରକାରଙ୍କ ସହିତ ମିଳିତ ଭାବେ ଉପଭୋକ୍ତାଙ୍କୁ ସଚେତନ କରାଇବାର ପ୍ରୟାସ ଜାରି ରଖିଛୁ ।ଏଫ୍‌ଆଇସିସିଆଇ କ୍ୟାସକେଡ୍ ରିପୋର୍ଟ ଅନୁସାରେ ଚୋରା କାରବାର, ନକଲି ଉତ୍ପାଦ ବିକ୍ରି, ବର୍ଜିତ ବ୍ରାଣ୍ଡ୍ ଏବଂ ପାଇରେଟେଡ୍ ସାମଗ୍ରୀ ବିକ୍ରି କାରବାରରେ ଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ୩.୩ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ଏହାକୁ ରୋକିବା ଲାଗି କଞ୍ଜ୍ୟୁମର କର୍ମୀ କାର୍ଯ୍ୟ କରିବା ସହିତ ଆଇନ ମଧ୍ୟ ପ୍ରଣୟନ କରାଯାଇଛି । କୋଲକାତା, ଚେନ୍ନାଇ, ମୁମ୍ବାଇ ଏବଂ ଦିଲ୍ଲୀରେ ଏଭଳି କାରବାର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବଜାରରେ ନକଲି ସାମଗ୍ରୀ ବିକ୍ରି ବଢ଼ିବାରେ ଲାଗିଛି । ଭାରତ ସରକାର ନକଲି ଉତ୍ପାଦର ବିକ୍ରି ରୋକିବା ଲାଗି ଆଇପି ଲିଗାଲ ଫ୍ରେମ୍‌ୱାର୍କ ଏବଂ ଏନଫୋର୍ସମେଂଟ୍ ସିଷ୍ଟମ୍ ବିକଶିତ କରିବା ସହିତ ଆଇପି ଆଡମିନିଷ୍ଟ୍ରେଶନ୍‌କୁ ଅତ୍ୟାଧୁନିକ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ