ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ରସାହିରୁ ବିପୁଳ ନକଲି ଗୁଟ୍‌ଖା ଜବତ

ବ୍ରହ୍ମପୁର, (ଅନିଲ କୁମାର): ଏବେ ବ୍ରହ୍ମପୁରରେ ପୁଣି ନକଲି ଗୁଟ୍‌ଖା ସକ୍ରିୟ ହେବାରେ ଲାଗିଛି । ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହି ସ୍ଥିତ ଏକ ଘରୁ ବ୍ରହ୍ମପୁର ଜିଲ୍ଲାପାଳ ବିପୁଳ ବେଆଇନ ଗୁଟ୍‌ଖା ଜବତ କରିିଥିବା ଜଣାପଡିଛି । କାଳୁପାତ୍ର ସାହିରେ ନକଲି ଗୁଟ୍‌ଖା କାରଖାନା ଚାଲିଥିବା ଖବର ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତି ଭାସନ ଆଜି ସନ୍ଧ୍ୟାରେ ଅଚାନକ ଚଢ଼ାଉ କରିଥିବା ଓ ପ୍ରାୟ ୩ ଟ୍ରକ ଗୁଟ୍‌ଖା ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଚଢ଼ାଉ ଜାରି ରହିଥିବାରୁ ସର୍ବିଶେଷ ବିବରଣୀ ହସ୍ତଗତ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ