ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଓ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ସ୍ୱାମୀ ଗିରଫ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଧୁରଚୁଆ ଗ୍ରାମର ବିବାହିତ ମହିଳା କବିତା ନାହାକ ସ୍ୱାମୀ ଏକ ନାବାଳିକା ସହ ଅନୈତିକ ସଂପର୍କ ରଖି ବିବାହ ପାଇଁ ଯୋଜନା କରିବା ଓ ଶଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବାସହ , ଜବରଦସ୍ତ ଗର୍ଭନଷ୍ଟ କରାଇବା ନେଇ ରମ୍ଭା ଥାନାରେ ଏତଲା ଦେଇଥିବା ବେଳେ,ଅନ୍ୟପଟେ ଉକ୍ତ ନାବାଳିକାର ମାଆ ଝିଅକୁ ଦୁଷ୍କର୍ମ ନେଇ ଥାନାରେ ଏତଲା ଦେଇଛନ୍ତି। ସେପଟେ ସ୍ୱାମୀ କାଳିଆ ନାହାକକୁ ଗିରିଫ କରି ରମ୍ଭା ପୋଲିସ କୋର୍ଟ ଚାଲାଣ କରିଛି।ଖବର ନେବାରେ ରମ୍ଭା ଥାନା ଅନ୍ତର୍ଗତ ମଧୁରଚୁଁଆ ଗ୍ରାମର ପ୍ରଭାତ ନାହାକଙ୍କ ପୁଅ କାଳିଆ କୁ ୨୯୧୯ ମସିହାରେ କବିତା ନାହାକ ବୈଦିକ ରୀତିରେ ବିବାହ କରିଥିଲେ ।ଯୌତୁକ ବାବଦକୁ ୨୦ ଲକ୍ଷଟଙ୍କାର ସମ୍ପତ୍ତି ଦେଇଥିଲେ ।ବିବାହର କିଛି ଦିନ ପରେ ସ୍ବାମୀ ଓ ଶଶୁର ଘର ଲୋକେ ଯୌତୁକ ,ଶାରରିକ,ମାନସିକ ନିର୍ଯ୍ୟାତନା ଦେବା ଆରମ୍ବ କରିଥିଲେ। ଏହି ସମୟ ମଧ୍ୟରେ ସ୍ୱାମୀ କାଳିଆ ଉକ୍ତ ଗ୍ରାମର ଅନ୍ୟ ଏକ ନାବାଳିକାକୁ ଭଲ ପାଇ ତାହା ସହ ଶାରୀରିକ ସଂପର୍କ ରଖି ୨ୟ ବିବାହ ପାଇଁ ଯୋଜନା ଆରମ୍ବ କରିବା ଜାଣିବା ପରେ ଗର୍ଭବତୀ ଥିବା ସ୍ତ୍ରୀ କବିତା ବିରୋଧ କରି ଆସୁଥିଲା। ଏଥିରେ ସ୍ୱାମୀ ଉତକ୍ଷିପ୍ତ ହୋଇ ଖାଇବାରେ ମିଶାଇ ଗର୍ଭନଷ୍ଟ କରାଇଦେଇଥିବା କବିତା ନାହାକ ଲିଖିତ ଭାବେ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କବିତାଙ୍କ ବାପା ଘର ପକ୍ଷରୁ ମଧୁରଚୁଆ ଗ୍ରାମବାସୀଙ୍କୁ ନେଇ ଏକ ଲିଖିତ ଭବେ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମବାସୀ ଏହାର ସମାଧାନ ପାଇଁ ବୈଠକ କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନଥିଲା। ଯାହା ଫଳରେ କବିତା ନାହାକଙ୍କ ସ୍ୱାମୀ କାଳିଆ ବିରୋଧରେ ପୁଣି ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ନାବାଳିକାଙ୍କ ମାଆ ରମ୍ଭା ଥାନାରେ ଝିଅ କୁ ଦୁଷ୍କର୍ମ ନେଇ ଲିଖିତ ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗକୁ ଭିତ୍ତି କରି ରମ୍ଭା ପୋଲିସ ସ୍ୱାମୀ କାଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ସୁରକ୍ଷା ବିଭାଗକୁ ପଠା ଯାଇଥିବା ଜଣା ପଡ଼ିଛି ।ଏନେଇ ରମ୍ଭା ଆଇଆଇସି ଦିପ୍ତୀ ରଞ୍ଜନ ବେହେରା କାଳିଆ କୁ ତିନିଦିନିକିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରାଯାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ