ଦୁଇଟି ଜୁଆ ଆଡାରେ ଚଢ଼ାଉ, ୧୧ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ

ଗଞ୍ଜାମ, (ବିନୋଦ ପଲେଇ): ବିଭିନ୍ନ ଜୁଆ ଆଡାରେ ଚଢ଼ାଉ କରି ନଗଦ ଏଗାର ହଜାର ଟଙ୍କା, ଚରଟି ମୋବାଇଲ ଜବତ କରିବା ସହ ଚାରି ଜଣଙ୍କୁ ଗିରିଫ କରିଛି ରମ୍ଭା ପୋଲିସ । ରମ୍ଭା ଆଇଆଇସି ଦିପ୍ତୀରଞ୍ଜନ ବେହେରା ଙ୍କ ତ୍ବତାବଧାନରେ ଏସ.ଆଇ ସଂଗ୍ରାମ ଦେଉରୀ ସାବୁଳିଆ ଠାକୁରାଣୀ ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡାରେ ଚଢ଼ାଉ କରି ସାତ ହଜାର ଟଙ୍କା ଜବତ କରିବା ସହ ଚାରି ଜଣଙ୍କୁ ଗଗନ ବିହାରୀ ନାୟକ,ସନ୍ତୋଷ ଦଳେଇ, କାଳୁ ମହାରଣା,ଶିଵ ପଳେଇଙ୍କୁ ଗିରିଫ କରି କେଶ ନମ୍ବର ୩୬୧/୨୧ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ସେହିପରି ନୂଆପଲ୍ଲୀ ଗ୍ରାମ ୟୁପି ସ୍କୁଲ ପଛପଟ ଚାଲିଥିବା ଜୁଆ ଆଡରେ ଏସଆଇ ସୋମନାଥ ମହାରଣା ଚଢ଼ାଉ କରି ଚାରିହାଜର ଶହେ ଟଙ୍କା , ଚାରଟି ମୋବାଇଲ ଜବତ କରିବା ସହ ଚାରିଜଣଙ୍କୁ ପି.ଗୋବିନ୍ଦ ପ୍ରଧାନ,ଡି.ସୁବାସ ପ୍ରଧାନ, ଡି.ନିଳାଞ୍ଚଳ ରେଡି, ସୁକାନ୍ତ ଗୌଡ଼ ଗିରିଫ କରିଛନ୍ତି। କେସ ନମ୍ବର ୩୬୨/୨୧ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ