ବ୍ୟାଙ୍କ ଡକାୟତି ବେଳେ ପୋଲିସ ଗୁଳି ମାଡ଼ରେ ଦୁଇ ମୃତ

ଆସାମ: ବ୍ୟାଙ୍କ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଡକାୟତ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଏଥିରେ ତିନି ଡକାୟତଙ୍କର ମୃତ୍ୟୁ ଘଟିଛି। ଆସାମର କୋକରାଝର ଜିଲ୍ଲାରେ ଶନିବାର ଏପରି ଘଟଣା ଘଟିଛି। ଡିଜିପି ଭାସ୍କରଜ୍ୟୋତି ମହନ୍ତ ଏହି ସୂଚନା ଦେଇଛନ୍ତି। ଡକାୟତ ମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ଡକାୟତଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ଏଥିରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ହେଲେ ବିଳମ୍ୱିତ ରାତି ଯାଏ ଏହି ଅପରେସନ ଚାଲିଥିଲା। ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଡକାୟତଙ୍କ ପାଖରୁ ଗାଡ଼ି, ଚୋରି କରିବାକୁ ବ୍ୟବହୃତ ହେଉଥିବା ଯନ୍ତ୍ରପାତି, ଗ୍ୟାସ କଟର, ଦୁଇଟି ପିସ୍ତଲ ଏବଂ ଅକ୍ସିଜେନ ସିଲିଣ୍ଡର ଜବତ ହୋଇଛି। ଅନ୍ୟପଟେ ବ୍ୟାଙ୍କ ଲୁଟକୁ ରୋକିବାକୁ ଯାଇ ପୁଲିସ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଲିସ ମାନଙ୍କୁ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ