ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ମୁଖ୍ୟାଳୟକୁ ଫେରିଲେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବହୁ ଚର୍ଚ୍ଚିତ ଏପିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଟିମ ମୁଖ୍ୟାଳୟକୁ ଫେରିଥିବାର ଜଣାପଡିଛି ।  ୮ ଦିନ ହେଲା କ୍ରାଇମବ୍ରାଞ୍ଚ ଦଳ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁମାମଲାର ଜେରା ତଥା ବୟାନ ରେକଡ କରି ଚାଲିଥିଲେ । ଫେରିବା ଦିନ କେବଳ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦୀର୍ଘ ୩ଘଣ୍ଟା ଧରି ଜେରା କରିଥିଲେ । ଗତ ୧୪ ତାରିଖରୁ ଆସିଥିବା ଏହିଟିମ୍ ଶନିବାର ଦିନ ମଧ୍ୟରେ ୧୪ ଜଣଙ୍କୁ ଜେରା କରି ବୟାନ ନେଇଥିବାର ଜଣାପଡିଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ର କହିଛନ୍ତି ଯେ, ସମସ୍ତ ବୟାନରେକଡକୁ ମୁଖ୍ୟାଳୟକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରେ ଉପସ୍ଥାପନ କରାଯାଇ ତର୍ଜମା କରାଯିବ । ତାପରେ ଉଚ୍ଚପଦସ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମାମଲାରେ ବନବିଭାଗର ଅନ୍ୟ ୨ ଏସିଏଫ୍‌, ୨ ଡାକ୍ତର, ଆମ୍ବୁଲାନ୍ସ ଡ୍ରାଇଭର ସମେତ ସହକାରୀ ଡ୍ରାଇଭର, ପରିଚାଳକ, ବନବିଭାଗର ଡିଏଫ୍‌ଓଙ୍କ ରୋଷେୟା, ଫାଟକ ଜଗୁଆଳି, ଫାର୍ମାସିଷ୍ଟ, ଗୁରାଣ୍ଡି ଥାନା ଅଧିକାରିଣୀ ମମତା ରାଣୀ ପଣ୍ଡା ଆଦିଙ୍କ ସମେତ ଡିଏଫଓଙ୍କୁ ଜେରା କରାଯାଇଥିବାର ସୂଚନା ଦେଇଥିବା ବେଳେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ସୌମ୍ୟଙ୍କ ପରିବାର ବର୍ଗଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି । ଆଜି କେବଳ ଡିଏଫଓଙ୍କୁ ଜେରା କରି ଅପରାହ୍ନ ସମୟରେ ପାରଳାଖେମୁଣ୍ଡି ଠାରୁ ଏହି କ୍ରାଇମବ୍ରାଞ୍ଚ ଦଳ ସେମାନଙ୍କ ମୁଖ୍ୟାଳୟକୁ ଫେରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ