ଗଜପତିରେ ୩ଦିନିଆ ଅଳ୍ପପାଠୁଆ ଆଶାକର୍ମୀଙ୍କୁ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଲାଖେମୁଣ୍ଡି ସହରାଞ୍ଚଳର ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ୩ ଦିନିଆ ଜିଲ୍ଲାସ୍ତରୀୟ ଅଳ୍ପପାଠୁଆ ଆଶାକର୍ମୀଙ୍କ ଲାଗି ଏକ ପ୍ରଶିକ୍ଷଣ ଶିବିର ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ସହରାଞ୍ଚଳ ପ୍ରାଥମିକ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବ୍ରତ ଜମାଦାର, ଡାକ୍ତର ଏମ୍.ଏମ୍. ଅଲ୍ଲି, ସହକାରୀ ପରିଚାଳକ (ଆଶା) ଗିରିଶ ନାରାୟଣ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ହୋଇ ଏହି କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅଳ୍ପପାଠୁଆ ତଥା ୭ମ ଶ୍ରେଣୀରୁ କମ୍ ଶ୍ରେଣୀରେ ପଢିଥିବା ଆଶାକର୍ମୀମାନଙ୍କୁ ସ୍ୱାସ୍ଥ୍ୟସେବା କିପରି ଯୋଗାଇବେ ଏବଂ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଗୁଡିକର ସଚେତନତା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ ଦିଆଯାଇଥିଲା ।