ଗଜପତିରେ ପୁଣି ୧କୁଇଣ୍ଟାଲ ଗଞ୍ଜେଇ ଜବତ ୫ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ପକ୍ଷରୁ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ଗୁଡିମା ଛକଠାରେ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କରଯିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରିଥିବାର ଜଣାପଡିଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ଥାନା ଏସ୍‌ଆଇ ରତିକାନ୍ତ ନାୟକ ଏବଂ ତାଙ୍କ ଦଳୀୟ ଟିମ୍ ପ୍ରେଟ୍ରୋଲିଂ କରୁଥିବା ସମୟରେ ଗୁଡିମା ଛକ ଠାରେ କୋରାପୁଟରୁ ଗଞ୍ଜାମ ଜିଲ୍ଲାକୁ ଯାଉଥିବା ଏକ ଇଣ୍ଡିକା କାର ନମ୍ବର ଓଡି ୧୦ ଏନ୍ ୧୦୧୬କୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଏଥିରୁ ୧୭କେଜି ୩୦୦ ଗ୍ରାମ ଓଜନର ଗଞ୍ଜେଇ ଧରାପଡିଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଦିପ୍ତି ରଞ୍ଜନ ମହାନ୍ତିକୁ ଗିରଫ କରିବା ସହ ଗଞ୍ଜେଇ ଓ କାରକୁ ଜବତ କରାଯାଇଛି । ଏନେଇ ଅଡବା ଥାନାରେ ୮୯/୨୧ରେ ଏକ ମାମଲା ରୁଜୁ କରାଯାଇ ଆସାମୀକୁ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲା ମୋହନା ଓ ଅଡବା ପୋଲିସ ଭିନ୍ନ ଭିନ୍ନ ଭାବେ ଚଢଉ କରି ୧କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛନ୍ତି । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମୋହନା ପୋଲିସ ଗତକାଲି ଲୁହାଗୁଡି ଗ୍ରାମ ନିକଟସ୍ଥ କମଳାପୁର ତନଖି ଫାଟକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଅତିଦ୍ରୁତ ଗତିରେ ଆସୁଥିବା ଆଇ୨୦ କାର ୟୁପି ୩୨ ଆକ୍ୟୁ ୩୯୧୧ ନମ୍ବର ବିଶିଷ୍ଟ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଏଥିରେ ୮୯କେଜି ଗଞ୍ଜେଇ ଥିବା ଦେଖାଯାଇଥିଲା । ଚୋରା ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର ସହ ଗଞ୍ଜେଇକୁ ଜବତ କରିବା ସହ ଉତ୍ତର ପ୍ରଦେଶର ୪ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଥିଲା । ଉକ୍ତ ଗଞ୍ଜେଇ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଇଥିବାର ପୋଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇଥିଲେ । ଏନେଇ ମୋହନା ଥାନାରେ ୧୬୧/୨୧ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି । ପୋଲିସ ଜବତ କରିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ବଜାର ଦରରେ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି । ସେହିପରି, ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ପକ୍ଷରୁ ଗତକାଲି ପେଟ୍ରୋଲିଂ କରୁଥିବା ସମୟରେ ଗୁଡିମା ଛକଠାରେ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କରଯିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରିଥିବାର ଜଣାପଡିଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ଥାନା ଏସ୍‌ଆଇ ରତିକାନ୍ତ ନାୟକ ଏବଂ ତାଙ୍କ ଦଳୀୟ ଟିମ୍ ପ୍ରେଟ୍ରୋଲିଂ କରୁଥିବା ସମୟରେ ଗୁଡିମା ଛକ ଠାରେ କୋରାପୁଟରୁ ଗଞ୍ଜାମ ଜିଲ୍ଲାକୁ ଯାଉଥିବା ଏକ ଇଣ୍ଡିକା କାର ନମ୍ବର ଓଡି ୧୦ ଏନ୍ ୧୦୧୬କୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଏଥିରୁ ୧୭କେଜି ୩୦୦ ଗ୍ରାମ ଓଜନର ଗଞ୍ଜେଇ ଧରାପଡିଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଦିପ୍ତି ରଞ୍ଜନ ମହାନ୍ତିକୁ ଗିରଫ କରିବା ସହ ଗଞ୍ଜେଇ ଓ କାରକୁ ଜବତ କରାଯାଇଛି । ଏନେଇ ଅଡବା ଥାନାରେ ୮୯/୨୧ରେ ଏକ ମାମଲା ରୁଜୁ କରାଯାଇ ଆସାମୀକୁ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ