ଦୁଷ୍କର୍ମ ମାମଲାରେ ଫେରାର ଥିବା ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦୁଷ୍କର୍ମ ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, କାଶୀନଗର ବ୍ଲକ ଖୁରିଗାଁର ମାନ୍ଦ୍ରାଡା ଶ୍ରୀନିବାସ ରାଓ ନାମକ ଜଣେ ବ୍ୟକ୍ତି ଏକ ଦୁଷ୍କର୍ମ ଘଟଣାରେ କାଶୀନଗର ଥାନାରେ ମକଦ୍ଦମା ରୁଜୁ ହେବା ପରେ ଗତ ୨୦୧୨ରେ ଫେରାର ହୋଇଯାଇଥିଲେ । ଏ ନେଇ ସେହି ସମୟରୁ ୱାରେଣ୍ଟ ଜାରି ହୋଇ ପୋଲିସ ତାଙ୍କ ସନ୍ଧାନରେ ଥିଲେ । ତେବେ ଫେରାର୍ ଅଭିଯୁକ୍ତ ଶ୍ରୀନିବାସ ବର୍ତ୍ତମାନ କୌଣସି କାରଣରୁ ଫେରି ଆସି ଆତ୍ମଗୋପନ କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କାଶୀନଗର ପୋଲିସ ଗିରଫ କରାଯାଇଛି ବୋଲି ଆଇଆଇସି ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।