ଲକ୍ଷଲକ୍ଷ ଟଙ୍କା ହଡପ ଘଟଣାରେ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓ ବ୍ୟାସଦେବ ନାୟକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଜିଲ୍ଲାପାଳଙ୍କ ଚିଠି ନଂ ୧୬୯୨ ତା ୨୦/୧୧/୨୦୧୯ରେ ତାଙ୍କୁ ନିଲମ୍ବନ କରିଛନ୍ତି । ପିଇଓ ବ୍ୟାସଦେବ ନାଏକ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ସରପଞ୍ଚ ମାନଙ୍କ ସହ ମିଶି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସରକାରୀ ଅନୁଦାନକୁ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା । ସୁଲଣ ପଞ୍ଚାୟତରେ ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ ଖର୍ଚ୍ଚ କରାଯାଇଥିବା ଦର୍ଶାଇଥିଲେବି ତାହାର କୌଣସି ହିସାବପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଛି । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ପିଇଓ ସରପଞ୍ଚଙ୍କ ସହ ମିଶି କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ପଞ୍ଚାୟତକୁ ପୁରସ୍କାର ପାଇଁ ଆସିଥିବା ୩ଲକ୍ଷ ଟଙ୍କାର ମଧ୍ୟ କୌଣସି ହିସାବ ନାହିଁ ବୋଲି ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ସେହିପରି ସୋସୋ ପଞ୍ଚାୟତରେ ୨୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ହିସାବପତ୍ର ମିଳୁନଥିବାବେଳେ ଅଧିକାଶଂ କାର୍ଯ୍ୟର ପେମେଣ୍ଟ ହୋଇନଥିଲେ ମଧ୍ୟ ପଞ୍ଚାୟତରେ ଟଙ୍କା ଜମା ନାହିଁ । ୨୦୧୯/୨୦ପାଇଁ ଆସିଥିବା ଅନୁଦାନ ଟଙ୍କାରୁ ମଧ୍ୟ ବେନିୟମ ଭାବେ ଟଙ୍କା ଉଠାଣ ହୋଇଯାଇଛି । ଏହାକୁନେଇ ସୋସୋ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ମିଶି ଦୀର୍ଘଦିନ ଧରି ଧାରଣାରେ ମଧ୍ୟ ବସିଥିଲେ । ଆର୍ôଥକ ଅନିୟମିତତାକୁ ନେଇ ପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପରେ ସରପଞ୍ଚଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଅପେକ୍ଷା କରିଛନ୍ତି ପଞ୍ଚାୟତବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ