ଝାଡ଼େଶ୍ୱର ମନ୍ଦିର-ଦର୍ଜିପୋଖରୀ ରାସ୍ତାର ଅଧପନ୍ତରିଆ କାମ

ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ରାସ୍ତା ନବୀକରଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ନହେବା ଯୋଗୁଁ ଏହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼େ ତାହା ଝାଡ଼େଶ୍ୱର ମନ୍ଦିର ଛକ ରାସ୍ତାରେ ଦେଖିବାକୁ ମିଳିଛି । ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିବା ‘ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଦର୍ଜିପୋଖରୀ’ ରାସ୍ତାର ନବୀକରଣ କାର୍ଯ୍ୟ ଏ ଅଞ୍ଚଳର ଲୋକଙ୍କ ପାଇଁ ଜମଦଣ୍ଡ ସଦୃଶ ହୋଇଛି । ଗୁରୁବାର ସଂଧ୍ୟାରେ ରାଣୀପାଟଣା ଛକରୁ଼ୁ କଚେରୀ ରାସ୍ତାକୁ ଆସୁଥିବା ଏକ ମିନିଟ୍ରକ ଝାଡ଼େଶ୍ୱର ମନ୍ଦିରଠାରୁ ୫୦ ଫୁଟ ଦୂରରେ ଅଟକିବା ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହି ରାସ୍ତାରେ ଟ୍ରକର ବାମପାଖ ଚକ ଫସିଯିବା ଯୋଗୁଁ ଟ୍ରକଟି ଆଗକୁ ଯାଇପାରି ନଥିଲା । ରାସ୍ତାର ଡାହାଣ ପାଶ୍ୱରେ ଚିପ୍ସ (ପଥରଗୁଣ୍ଡ) ଗଦା ହୋଇଥିବା ଏବଂ ଏହି ଟ୍ରକ ଅଟକି ରହିବା ଫଳରେ ଲୋକେ ଏ ପାଖରୁ ସେ ପାଖକୁ ଯାଇପାରି ନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଖବର ପାଇ ପୁଲିସ, ଅଗ୍ନିଶମ ବିଭାଗ ଓ ପୂର୍ତ୍ତ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ଟକକୁ ଉଠାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ସମୟର ଉଦ୍ୟମରେ ଟ୍ରକଟି ଉଠିଥିଲା । ଏହି ଅଣ ଓସାରିଆ ରାସ୍ତାରେ ଦୁଇ ପାଶ୍ୱର୍ରେ ଚାଲିଥିବା ଅଧପନ୍ତରିଆ ନାଳ କାର୍ଯ୍ୟ ଓ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ପଡ଼ିବା ଯୋଗୁଁ ଲୋକେ ଯାତାୟତରେ ନାନା ସମସ୍ୟା ଭୋଗୁଛନ୍ତି । ଏହି ରାସ୍ତାରେ ଛୋଟ ଚାରିଚକିଆ ଗାଡ଼ିଟିଏ ଅଟକି ଗଲେ କଥା ସରିଲା । ଲୋକଙ୍କୁ ୫ କିଲୋମିଟର ବୁଲି ଅନ୍ୟା ପାଶ୍ୱର୍କୁ ଯିବା ପାଇଁ ପଡ଼ୁଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗ ଉପରେ କୌଣସି ପ୍ରଭାବ ପଢ଼ୁନଥିବା ପରିଲକ୍ଷିତ ହୋଇଛି । ତୁରନ୍ତ ରାସ୍ତାକାମ ନ ସରିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ