ଆଜାଦି କା ଅମୃତ ମହୋତ୍ସବରେ ରଙ୍ଗୋଲି ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ୭୫୧ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନସ୍ଥ ‘କ୍ଷତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ’ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ଶୀର୍ଷକରେ ରଙ୍ଗୋଲି ପ୍ରକିଯୋଗିତା ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାରୀ ସଂଘର ସଭାନେତ୍ରୀ ଗୋପାମୂଦ୍ରା ମହାପାତ୍ର, ସମ୍ପାଦିକା ଅପର୍ଣ୍ଣା ମହାପାତ୍ର, ସଭ୍ୟା ବାସନ୍ତି ନାୟକ ଓ କବିତା ଦତ୍ତ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କୋଭିଡ ନିୟମ ଭିତ୍ତିରେ ଆୟୋଜିତ ଏହି ପ୍ରତିଯୋଗିତାରେ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ ବାଳିକା, ଯୁବତୀ ଓ ମହିଳାମାନେ ଅଂଶଗ୍ରହଣ କରିଥିଲେ । କ୍ଷତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଷେତ୍ର ପ୍ରଚାର ସହାୟକ ଗଣେଶ ବାଇପାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନାରୀସଂଘର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ