କଟକ ରେଲୱେ ସ୍କୁଲ ୧୯୭୬ବ୍ୟାଚ ଗ୍ରୁପର ୪ର୍ଥ ବନ୍ଧୁମିଳନ
କଟକ, (ଓ୍ବାଇଏନଏସ): ଟଙ୍କପାଣି ରୋଡ଼ସ୍ଥ ଏସ. ଆର. ରେସର୍ଟ ଠାରେ ରେଲୱେ ସ୍କୁଲ ୧୯୭୬ବ୍ୟାଚ ର ୪ର୍ଥ ବନ୍ଧୁମିଳନ ଓ ୪୯ତମ ବାର୍ଷିକ ଉତ୍ସବ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରୁପ ର ପ୍ରତିଷ୍ଠାତା ପ୍ରଶାସକ ଉତ୍କଳ ଭୂଷଣ ରାଉତରାୟ ଅଧ୍ୟକ୍ଷତା କରିଥିଲେ l ଆସନ୍ତା ୨୦୨୬ମସିହା ରେ ଏହି ଗ୍ରୁପ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଏକ ପ୍ରସ୍ତାବ ସହ, ସୁଦୂର ଆମେରିକା ରେ ବାସ କରୁଥିବା ଆମ ଗ୍ରୁପ ର ବାନ୍ଧବୀ ସାବିତ୍ରୀ ରାଓ ଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଗ୍ରୁପ ର ବରିଷ୍ଠ ସଦସ୍ୟ ସଂଜୀବ ଉଦଗାତା ଯୋଗ ଦେଇ କହିଲେଯେ, ଦୀର୍ଘ ଚାରିବର୍ଷ ଧରି ସାବିତ୍ରୀ ରାଓ ଙ୍କୁ ଗ୍ରୁପ ପାଇଁ ସର୍ବାଧିକ ଅନୁଦାନ ସହ ସଦିଛାକୁ ସନ୍ନମାନ ଜଣେଇବାସହ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ନୀଳଚକ୍ର ଭଜନ ଗ୍ରୁପ ର ପ୍ରମୁଖ ମୁରଲୀଧର ଶତପଥୀ (ଭିକି)ଙ୍କ ନେତୃତ୍ୱ ରେ ସୁବୋଧା ନାୟକ, ବଣ୍ଟି ଦେ, ଇସମାଇଲି ପ୍ରଭୁତି ଙ୍କ ସୁମଧୁର ସଂଗୀତ ପରିବେଷଣ ସମସ୍ତିଙ୍କ ମନମୁଗ୍ଧ କରିଥିଲେ । ଏହି ସାରାଦିନର କାର୍ଯ୍ୟକ୍ରମ କୁ ଯଯାତି କେଶରୀ ମହାନ୍ତି, ଲିଲିପ୍ରସାଦ, ପୁଣ୍ୟଶ୍ଳୋକ ଦାସ ଓ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ବନ୍ଧୁ ରଶ୍ମି ପଟ୍ଟନାୟକ ଓ ନାରାୟଣ ମହାପାତ୍ର ଙ୍କ ସହଯୋଗ ଓ ସାହାଯ୍ୟ ପାଇଁ ଅଧ୍ୟକ୍ଷ ଶ୍ରୀ ରାଉତରାୟ ଗ୍ରୁପ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ମନୋଜ୍ଞ କାର୍ଯ୍ୟକ୍ରମ ରେ ନିତ୍ୟାନନ୍ଦ ଜେନା, ପ୍ରକାଶ ମିଶ୍ର (ରାଉରକେଲା ), ରଞ୍ଜନ ମହାପାତ୍ର, ଅଜିତ ପାତ୍ର, ଦେବାନନ୍ଦ ମହାପାତ୍ର (ରାଉରକେଲା ), ନିବେଦିତା ରାଉତ, ଏନ. ପଦ୍ମଶ୍ରୀ (ରାୟଗଡା )ବିଜୟ ବାରିକ(ଗୁଲିଆ)ଅଶୋକ କୁମାର ନାୟକ, ପିତାମ୍ବର ସାହୁ (ବାବୁଲି)ଶ୍ରୀମନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା(ବ୍ରହ୍ମପୁର)ଅଶୋକ କୁମାର ଵେବର୍ତ୍ତା, ସୌଭାଗ୍ୟ କୁମାର ମହାନ୍ତି, ବିଜୟ କୁମାର ବାରିକ, ସ୍ୱାନ୍ତ୍ୱନା କବି, ଦୀପ୍ତି ମିଶ୍ର, ହିମାଂଶୁ ମୋହନ ସାମନ୍ତରାୟ, କସ୍ତୁରୀ ବାଳା ସେଠି, ବ୍ରହ୍ମତ୍ରୀ ପଣ୍ଡା, ସୌଦାମିନୀ ସ୍ୱାଇଁ, ନିରଞ୍ଜନ ସାହୁ, ଯୋଗେଶ ଚନ୍ଦ୍ର ମିଶ୍ର (ବାରିପଦା ), ଶ୍ରୀଧର ସାହୁ ରବୀନ୍ଦ୍ର କୁମାର ସାହୁ, ପୁଣ୍ୟଶ୍ଳୋକ ଦାସ ପ୍ରମୁଖ ଯୋଗଦେଇ ବନ୍ଧୁମିଳନ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ। ଶେଷରେ ବନ୍ଧୁ ଯୋଗେଶ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଭଦ୍ରକ ର ପ୍ରସିଦ୍ଧ ପାଳୁଅ ଲୋଡୁ ସମସ୍ତଙ୍କ ମଧ୍ୟରେ ଆବଣ୍ଟନ କରିଥିଲେ ।


