ଗଜପତିରେ ବୁଲା କୁକୁର କାମୁଡାରେ 5 ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ସଦର ମହକୁମାରେ ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. ଏହି ବୁଲା କୁକୁର କାମୁଡ଼ାରେ ୫ ଜଣ ଗୁରୁତର ହୋଇଛନ୍ତି। ରାୟଗଡ଼ ଗ୍ରାମର ଟିଲ ବେହେରା (୫୮), ଯଶବନ୍ତ ଭୂୟାଁ (୧୩), ରେଶମା ଶବର (୧୨), ଭୈରବ ଶବର(୮), କନ୍ତାରୁଣି ବେହେରା (୭୫) ଆହତ ହୋଇଥିବା ବେଳେ ସେମାନେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବୁଲା କୁକୁର ମାନଙ୍କ ମଧ୍ୟରୁ ଗୋଟିଏ  କୁକୁର ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ କାମୁଡ଼ି ଆହତ କରିଛି. ବର୍ତ୍ତମାନ ସମସ୍ତେ ଏନେଇ ଆତଙ୍କିତ ହୋଇପଡିଛନ୍ତି.  ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ