ବିପଦସଂକୁଳ ଅବସ୍ଥାରେ ୫୦ ବର୍ଷର ଗାଇବା ଗ୍ରାମ ପୋଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମ ଓ ଗୁମ୍ମା ବ୍ଲକ୍କୁ ସଂଯୋଗ କରୁଥିବା ପୋଲ ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ ରହିଛି । ଦୀର୍ଘ ଦୀର୍ଘ ୫୦ ବର୍ଷର ପୁରାତନ ଏହି ପୋଲ ନିର୍ମାଣ ପରଠାରୁ ରକ୍ଷଣାବେକ୍ଷଣର ଅଭାବ ସହିତ ଭାରିଯାନ ଚଳାଚଳା ଯୋଗୁଁ ପୋଲ ବିପଦସଂକୁଳ ହୋଇପଡିଛି. ଏହାର ଅବସ୍ଥା ବର୍ତ୍ତମାନ ଏତେ ଶୋଚନୀୟ ହୋଇପଡିଛିଯେ କେତେବେଳେ ଭୁଶୁଡ଼ିବ ତାହା କହି ହେବ ନାହିଁ । ଏହି ଅଞ୍ଚଳର ଗ୍ରାମବାସୀଙ୍କ କହିବାନୁଯାୟୀ ଏହି ରାସ୍ତାରେ ପ୍ରତେକ ଦିନ ୧୦ ଚକିୟା ଭାରିଯାନ ଓ ଟିପର ଯିବା ଆସିବା ଯୋଗୁଁ ପୋଲଟି ଉପରେ ଅଧିକ ଚାପ ପଡୁଛି । ପୋଲ ତଳ ଭାଗରୁ ସିମେଣ୍ଟ କଂକ୍ରିଟ୍ ଖସିଯାଇଛି। ଭାରିଯାନ ଯିବା ଦ୍ବାରା ପୋଲର ତଳ ଭାଗରୁ ସିମେଣ୍ଟ କଂକ୍ରିଟ ଧୀରେ ଧୀରେ ଖସିବାରେ ଲାଗିଛି। ଏଭଳି ବିପଦପୁର୍ଣ ପୋଲ ଦେଇ ଦୈନିକ ଶତାଧିକ ଯାନବାହାନ, ଯାତ୍ରୀବାହୀ ବସ ଆଦି ଚଳାଚଳ କରୁଛି. 10 ଚକିଆ ଅତ୍ୟଧିକ ଭାରିଯାନ ଚଳାଚଳ ଯୋଗୁଁ ଓଲଟି ଅତ୍ୟନ୍ତ ଦୁର୍ବଳ ହୋଇପଡିଛି. ତେଣୁ ଏହି ପୋଲକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ଯଥାଶୀଘ୍ର ପୋଲଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁନଃନିର୍ମଣ କରିବା ପାଇଁ ଜିଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଠ ଭୂୟାଁ, ସମିତି ସଭ୍ୟା ବାସନ୍ତୀ ପାଣି, ଅମର ପାତ୍ର, ନରସିଂହ ବିଷୋୟୀ, ମଧୁ ପାତ୍ର, ଲୁଲୁ ଲିମା, ମାନୁଏଲ ମାଛ ପ୍ରମୁଖ ପ୍ରଶାସନଙ୍କୁ ଅନୁରୋଧ ଜଣାଇଛନ୍ତି।