କଳିଯୁଗ ପୁଅ: ନିଜ ବାପା, ମା’ ଭଉଣୀଙ୍କ ସମେତ ପରିବାରର ୪ ଜଣଙ୍କୁ ହତ୍ୟା
ନୂଆଦିଲ୍ଲୀ: ହିରଆଣାର ରୋହତକରେ ଜଣେ ପୁଅ ନିଜ ବାପା, ମା’, ଭଉଣୀଙ୍କ ସମେତ ପରିବାରର ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛି । ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଛି। ୪୫ ବର୍ଷ ବୟସ୍କ ଜଣେ ଜମିବାଡି ଡିଲର, ତାଙ୍କ ପତ୍ନୀ, ତାଙ୍କ ଶାଶୁ, ୧୯ ବର୍ଷର ଝିଅ ଏବଂ ଅନ୍ୟମାନେ ଘରେ ଥିବାବେଳେ ତାଙ୍କର ୨୦ ବର୍ଷ ବୟସ୍କ ପୁଅ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା। ସେ ଆଖିବୁଜା ଗୁଳିଚଳାଇବାରୁ ଘଟଣାସ୍ଥଳରେ ଯୁବକଙ୍କ ବାପା ତଥା ଜମିବାଡି ଡିଲର, ତାଙ୍କ ପତ୍ନୀ ଏବଂ ଶାଶୁଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ ବର୍ଷ ଝିଅ ହସପିଟାଲରେ ପ୍ରାଣ ହରାଇଥିଲା। ତେବେ ହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜାଣିବାକୁ ପୁଲି ତଦନ୍ତ ଜାରି ରଖିଛି।