ସତ୍ୟ ସାଇ ସେବା ସମିତି ଓ ୟୁଥି ରେଡ଼ କ୍ରସ ଦ୍ବାରା କୋଣାର୍କରେ ମେଗା ରକ୍ତ ଦାନ ଶିବିର, ୫୧ୟୁନିଟ ରକ୍ତ ସଂଗ୍ରହ

କୋଣାର୍କ, (ଗଣେଶ ବେହେରା): ସ୍ୱାଧୀନତା ର୭୫ବର୍ଷର ପୂର୍ତ୍ତୀ ଓ ଅମୃତ ମହୋତ୍ସବ ଅବସରରେ କୋଣାର୍କ ସ୍ଥିତ ଶ୍ରୀ ସାଇ ସେବା ସମିତି ଓ କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ୟୁଥି ରେଡ଼ କ୍ରସ ପକ୍ଷରୁ ଏକ ରକ୍ତ ଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ଅର୍ଥ ନୀତିଜ୍ଞ ରଶ୍ମି ରଞ୍ଜନ ବିଶ୍ୱାଳ ପ୍ରଦପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି, ସତ୍ୟ ସାଇ ଯୋଗ ଶିବିର ର ସଭାପତି ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ,ଆୟୁଷ ଡାକ୍ତର ବିଦୁ ଭୂଷଣ ନାୟକ,କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଷ୍ଣୁ ଚରଣ ମିଶ୍ର, ସତ୍ୟ ସାଇ ସେବା ସମିତିର ଆବାହକ ବାମଦେବ ଆଳୁକ, ସତ୍ୟ ନାରାୟଣ ପଟ୍ଟନାୟକ, ପ୍ରଫୁଲ ପାତ୍ର, ସମର ଶିକ୍ଷୟତ୍ରୀ ବାହୀନ ଅଧିକାରୀ ବିନୟ ଭୂଷଣ ମହାନ୍ତି, ଅଧ୍ୟାପକ ଅରବିନ୍ଦ ସାହୁ ଜିଲ୍ଲା ରେଡ଼ କ୍ରସ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, କମଳ ଲୋଚନ ଦାଶ,ସମାଜ ସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏବଂ ପୂର୍ବତନ ବିଧାୟକ ଶ୍ରୀ ସେଠୀ ନିଜେ ରକ୍ତ ଦାନ କରି ଥିଲେ ।ଏହି ଶିବିରରେ ୫୧ୟୁନିଟ ରକ୍ତ ନମୁନା ସଂଗ୍ରହ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ପୁରୀ, କୋଣାର୍କ ପରିବାର, କୋଣାର୍କ ସେବା ସଂଗଠନ, ସତ୍ୟ ସାଇ ଯୋଗ କେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ ।ପୁରିଜିଲ୍ଳାର ବ୍ଲଡ଼ ବ୍ୟାଙ୍କ ୟୁନିଟ ର ଡାକ୍ତର ଦୀପକ ସାହୁ ଙ୍କ ନେତୃତ୍ୱ ରେ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଆଲୋକ କୁମାର ବିଶ୍ବାଳ, ଭାଗିରଥି କାଣ୍ଡି, ଶିକ୍ଷକ ଭ୍ରବର ବର ସେଠୀ, ଅଜୟ କୁମାର ସ୍ୱାଇଁ, କୁନାଲ ପାତ୍ର ବିଚିତ୍ରା ନନ୍ଦ ଲେଙ୍କା, କାଳନ୍ଦୀ ପାଢ଼ୀ, ରାଜ କିଶୋର ଲେଙ୍କା, ପ୍ରଦୀପ କୁମାର ଲେଙ୍କା, କାହ୍ନା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ