ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆଗଡରେ କଂଗ୍ରେସର ରଣନିତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ତରଫରୁ ଗ୍ରାମ ଗ୍ରାମକୁ ବୁଲି ଲୋକଙ୍କ ନିକଟତର ହୋଇ ଭୋଟ ଆପଣାଇବା ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ କରାଯାଇଛି । କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମେତ କଂଗ୍ରେସ କୃଷି ସେଲ ରାଜ୍ୟ ଅଧ୍ୟକ୍ଷ ରଶ୍ମିରଂଜନ ପଟ୍ଟନାୟକ, କଂଗ୍ରେସ ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, କଂଗ୍ରେସ ବ୍ଲକ ସଭାପତି ଯାକୁବ ରାଇକା, ବ୍ଲକ ସଭାଧ୍ୟକ୍ଷା ଗୁଡୁବାଇ ମଣ୍ଡଳଙ୍କ ମିଳିତ ଆନୁକୁଲ୍ୟରେ ନୂଆଗଡ ବ୍ଲକର ପ୍ରାୟ ବହୁ ପଞ୍ଚାୟତ ବୁଲିଥିଲେ । ଆଗକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବଂ ଦଳକୁ ସୁଦୃଢ କରିବା ନିମନ୍ତେ କଂଗ୍ରେସ ଦଳ ପଞ୍ଚାୟତସ୍ତରରେ ସଂଗଠନକୁ ସୁଦୃଢ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟରେ ହେଉ କିମ୍ବା କେନ୍ଦ୍ରରେ କଂଗ୍ରେସର ସ୍ଥିତି ଠିକ୍ ନଥିବା ବେଳେ ମନବଳକୁ ଦୃଢ କରି ପଞ୍ଚାୟତସ୍ତରରେ ମଜବୁତ କରିବାରେ ନେତାମାନେ ଲାଗିପଡିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପି ଏବଂ ବିଜେଡି ଯେମିତି ନିର୍ବଚନ ବୈତରଣୀ ପାର ନ କରେ ତାହାକୁ ନେଇ ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ରାଜ୍ୟ କୃଷି ସେଲ୍‌ର ଅଧ୍ୟକ୍ଷ ରଶ୍ମିରଂଜନ ପଟ୍ଟନାୟକ ସମ୍ପୃକ୍ତ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟତର ହେବା ପାଇଁ ରଣନିତି ପ୍ରସ୍ତୁତ କରି ପ୍ରୟାସ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ