ଧର୍ଷଣ ଅଭିଯୋଗରେ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନାରେ ଏକ ଧର୍ଷଣ ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ରାୟଗଡ ଥାନା ସୂତ୍ରରୁ ପ୍ରକାଶ ଯେ, ମଣ୍ଡଳସାହି ଅନ୍ତର୍ଗତ କିନ୍ତେଇ ସାହି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଶରତ ଗମାଙ୍ଗ ନାମକ ଜଣେ ଯୁବକ ଧର୍ଷଣ କରିଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ରାୟଗଡ ଥାନାରେ ୭୫/୨୧ରେ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଶରତ ଗମାଙ୍ଗକୁ ଗିରଫ କରାଯାଇଥିବାର ଥାନା ଅଧିକାରୀ ଗୋବିନ୍ଦ ଗୌଡ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ