ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜୁରାଟ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଆଜି ଭୁପେନ୍ଦ୍ର ପଟେଲଙ୍କ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି | ସୂଚନା ମୁତାବକ ଗତକାଲି ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କ ନାମକୁ ସୁପାରିସ କରିଛନ୍ତି | ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କ ନାମକୁ ବିଜୟ ରୂପାନୀ ସୁପାରିସ କରିଛନ୍ତି | ୨୦୧୭ ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ଜିତି ସେ ବିଧାୟକ ହୋଇଥିଲେ | ଗୁଜୁରାଟର ଘାତାଲୋଡିୟା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କ ନାମ ଥିଲେ ହେଁ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଆଣି ବିଜେପି ସମସ୍ତଙ୍କୁ ଚକିତ କରିଦେଇଛି |

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ