ଜଗତସିଂହପୁର ଜିଲ୍ଲାରେ ରେକର୍ଡ଼ ସ୍ତରରେ ଲଘୁଚାପ ଜନିତ ବର୍ଷା

ଜଗତସିଂହପୁର (ଅନସୂୟା ରାଉତ) ଉପକୂଳ ବର୍ତ୍ତି ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିଥିବା ସୂଚନା ମିଳିଛି। ଜିଲ୍ଲାର ଆଠ ଗୋଟି ବ୍ଲକରେ ଦୁଇଦିନ ଧରି ପ୍ରବଳରୁ ପ୍ରବଳ ବର୍ଷା ହୋଇଛି। ବାଲିକୁଦାରେ ୨୨୦ମିମି, ବିରିଡି ୧୧୫ମିମି, ନାଉଗାଁ ୧୪୫ମିମି, ରଘୁନାଥପୁରୁ ୧୧୨ମିମି, କୁଜଙ୍ଗ ୧୧୦ମିମି, ଜଗତସିଂହପୁର ୧୦୫,ଏରସମା୯୫ମିମି ଓ ତିର୍ତ୍ତୋଲ ବ୍ଲକରେ ୫୫ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ଗାଁ ଗଣ୍ଡା ଓ ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଲୋକ ଜଳ ବନ୍ଦୀ ଭିତରେ ରହିଛନ୍ତି। କୃଷିକ୍ଷେତ୍ରରେ ଧାନ ଗଛ ଉପରେ ହାତେ ପାଣି ରହିଛି। ଏସବୁ ସତ୍ତ୍ବେ ପ୍ରଶାସନ ତରଫରୁ କୌଣସି ସତର୍କ ସୂଚନା ଜାରି ହୋଇନଥିବା ସାଧାରଣ ଲୋକଙ୍କ ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏବେ ଧାନ ଚାଷ ଓ ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଚାଷୀ ଭାଈ ମୁଣ୍ଡରେ ହାତ ଦେଇ ବସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ