ଲଗାଣ ବର୍ଷାରେ ବ୍ରହ୍ମପୁରରେ ଭୁଶୁଡ଼ିଲା କୋଠା

ବ୍ରହ୍ମପୁର, (ଅନିଲ କୁମାର): ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ଗିରି ମାର୍କେଟ ରେ ଥିବା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହି ଠାରୁ ତେଲୁଗୁ ସାହିତ୍ୟିକମାନେ ସେମାନଙ୍କ ଚେଷ୍ଟା ଜାରି ରଖିଥିଲେ। ଏହି କୋଠା ଭିତରେ ବହୁ ପୁରୁଣା ବହି ଥିଲା। କୋଠା ଭୁଶୁଡିବା ଫଳରେ ସେଗୁଡିକ ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ଜିଲ୍ଲାର ୫ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୪୨.୫ ମିମି ବର୍ଷା ହୋଇଛି। ପୁରୀରେ ବର୍ଷା ୮୭ ବର୍ଷର ରେକର୍ଡ ଭଙ୍ଗ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ