ପରିବର୍ତିତ ସମୟରେ ଚାଲିବ ଭୁବନେଶ୍ୱର-ସିକନ୍ଦରାବାଦ , ରାୟଗଡା-ଗୁଂଟୁର ଟ୍ରେନ୍

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଏବଂ ରାୟଗଡା-ଗୁଂଟୁର ସ୍ପେଶାଲ ଟ୍ରେନ ୧୭ ସେପ୍େଟମ୍ବର ଠାରୁ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି ।୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଭୁବନେଶ୍ୱରରୁ ୧୭ ସେପ୍େଟମ୍ବର ଠାରୁ ତିଲାରୁ ଠାରେ ଅପରାହ୍ନ ୧ଘ.୧୭ମି.ରେ ପହଂଚି ୧ଘ.୧୯ମି.ରେ ଛାଡିବାକୁ ଥିବାବେଳେ ଏହା ଶ୍ରୀକାକୁଲମ୍ ରୋଡ୍ ଠାରେ ଅପରାହ୍ନ ୧ଘ.୩୫/୩୭ମିରେ, ପୋନ୍ଦୁରୁ ଠାରେ ୧ଘ.୫୦/୫୨ମିରେ, ଚିପୁରୁପାଲୀ ଠାରେ ଅପରାହ୍ନ ୨ଘ.୧୦ମି/୧୨ମି.ରେ, ବିଜୟନଗରମ ଠାରେ ଅପରାହ୍ନ ୨ଘ.୪୦ମି/୪୫ମି.ରେ, କୋଟ୍ଟଭଲସା ଠାରେ ଅପରାହ୍ନ ୩ଘ.୧୩ମି/୧୫ମି.ରେ ପହଂଚି ଛାଡ଼ିବାକୁଥିବାବେଳେ ସିମାଂଚଳମ ଠାରେ ଅପରାହ୍ନ ୩ଘ.୨୮ମି.ରେ ପହଂଚି ଅପରାହ୍ନ ୩ଘ.୩୦ମି.ରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ ।୦୭୨୪୪ ରାୟଗଡା-ଗୁଂଟୁର ବିଶେଷ ଟ୍ରେନ ରାୟଗଡାରୁ ୧୭ ସେପ୍ଟେମ୍ବର ଠାରୁ ରାୟାଗଡା ଏବଂ ବିଜୟନଗରମ ଷ୍ଟେସନ ମଧ୍ୟରେ ସଂଶୋଧିତ ସମୟ ସହିତ ଚଳାଚଳ କରିବ । ଏହି ଟ୍ରେନ୍ ରାୟଗଡା ଠାରୁ ଅପରାହ୍ନ ୨ଘ.୫୦ମି. ପରିବର୍ତେ ଅପରାହ୍ନ ୩ଘ.୩୦ମି.ରେ ଛାଡିବ । ଏହା ବିଜୟନଗରମ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଧାରିତ ସମୟ ପରିବର୍ତେ ସନ୍ଧ୍ୟା ୫ଘ.୫୫ମି. ରେ ପହଂଚି ସନ୍ଧ୍ୟା ୬ ଘଟିକାରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ୍ ରାୟଗଡା ଓ ବିଜୟନଗରମ ଷ୍ଟେସନ ମଧ୍ୟରେ ପାର୍ବତୀପୁରମ୍ ଟାଉନ୍‌, ପାର୍ବତୀପୁରମ୍‌, ସୀତାନଗରମ୍‌, ବବିଲି, ଡୋଙ୍କିନାଭାଲାସା, କୋମାଟିପାଲ୍ଲୀ ଏବଂ ଗଜପତିନଗରମ୍ ଷ୍ଟେସନ୍ ମାନଙ୍କ ଠାରେ ସଂଶୋଧିତ ସମୟ ସହିତ ଚଳାଚଳ କରିବ ।ଅନ୍ୟ ଷ୍ଟେସନଗୁଡିକରେ ଏହି ଟ୍ରେନ ଦ୍ୱୟ ପାଇଁ ନିର୍ଦ୍ଧାରିତ ଷ୍ଟପେଜ୍ ଓ ସମୟ ସାରଣୀ ଅପରିବର୍ତିତ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ