ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ, ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୧ ରେଜଲ୍ଟ । ମଙ୍ଗଳବାର ବିଳମ୍ବିତ ରାତିରେ ରେଜଲ୍ଟ ପ୍ରକାଶ ପାଇଛି । ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ୧୮ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି ।ତେବେ ପ୍ରଥମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା । ଗତ ଫେବୃଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା । ୧୨ଟି ଭାଷାରେ କମ୍ପୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତଥର ୭.୩୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇର ପରୀକ୍ଷା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ