ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଜଣେ ଭାରତୀୟ ନାଗରିକ ତାଲିବାନୀଙ୍କ ଶିକାର ହୋଇଛନ୍ତି। ତାଲିବାନ ଆଫଗାନିସ୍ତାନର ଜଣେ ଭାରତୀୟ ବ୍ୟବସାୟକୁ ଅପହରଣ କରିଥିବା ଜଣାପଡିଛି । କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ତାଙ୍କ ନାଁ ବଂସରୀ ଲାଲ ଅରେନ୍ଦେହି। ସେ ଶିଖ ସମ୍ପ୍ରଦାୟର, କାବୁଲରେ ବଂସରୀ ଲାଲଙ୍କ ଏକ ଔଷଧ ଦୋକାନ ରହିଛି। ତାଙ୍କୁ ତାଲିବାନୀମାନେ ମଙ୍ଗଳବାର ସକାଳ ୮ଟାରେ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି। ଅପହୃତ ହେବା ପୂର୍ବରୁ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।କାବୁଲ୍‌ରୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସେ ଦୋକାନକୁ ଯାଉଥିବା କାର୍‌ର ପଛପଟେ ମାଡ଼ ହୋଇଥିଲା। ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟଟା କୋରୋଲା କାର୍‌ର ନେଇଯାଇଥିଲେ। ବଂସରୀଙ୍କ ପରିବାର ଦିଲ୍ଲୀ-ଏନ୍‌ସିଆର୍‌ରେ ରୁହନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜା ଚାଲିଛି। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଏବଂ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ