ସୋନୁ ସୁଦଙ୍କ ବାସଭବନରେ ଆୟକର ବିଭାଗ ଚଢ଼ାଉ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରୁଛି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ ସମ୍ପର୍କରେ ଆୟକର ବିଭାଗ ଜଣାଇବ ବୋଲି କହିଛି । କରୋନା ମହାମାରୀ ସମୟରେ ସୋନୁ ସାଧାରଣ ଜନତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ତାଙ୍କ ଫଣ୍ଡିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଷ୍ଟୁଡେଂଟସ ମେଂଟରଶିପ ପ୍ରୋଗ୍ରାମରେ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଥିଲା । ଏହା ପରେ ଆୟକର ବିଭାଗ ଏହି ସର୍ଭେ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ