ଅନୁଦାନ ଏବଂ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ସଂଘର ଅଧ୍ୟାପକ ଓ କର୍ମଚାରୀ ପକ୍ଷରୁ ଦାବି ପତ୍ର

ରାଇକିଆ, (ପ୍ରଦିପ କୁମାର ବେହେରା): କନ୍ଧମାଳ ଜିଲ୍ଲା ମହାବିଦ୍ୟାଳୟ ସ୍ତରୀୟ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ତରଫ ରୁ ବୁଧବାର ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବାଲିଗୁଡା ବିଧାୟକ ଚକ୍ର ଧର କହଁର ଙ୍କୁ ସାକ୍ଷାତ କରି ସଙ୍ଘ ର ବିଭିନ୍ନ ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରଯାଇଛି । ରାଜ୍ୟରେ ତିନିଶହ ରୁ ଉର୍ଦ୍ଧ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଁ ବହୁତ କମ୍ ପାରିଶ୍ରମିକ ରେ କାମ କରି ଆସୁଛନ୍ତି । ଗଣ ଶିକ୍ଷା ବିଭାଗ କିମ୍ବା ଉଚ୍ଚଶିକ୍ଷା ବିଭାଗ ଏଥି ପ୍ରତି କର୍ଣ୍ଣପାତ କରୁ ନାହିଁ । ସରକାରୀ କର୍ମଚାରୀ ଭଳି କାମ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ ହୋଇ ପାରୁ ନାହିଁ । କରୋନା ମହାମାରୀ ସମୟରେ ବିଭିନ୍ନ ସଂଗଠିତ ଓ ଅଣ ସଂଗଠିତ କର୍ମଚାରୀ ଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଇଥିବା ବେଳେ ତାଙ୍କ କ୍ଷେତ୍ର ରେ ତାହା କରାଯାଇନଥିବା ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ସଙ୍ଘ ସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ , ଉପସଭାପତି ବିରଞ୍ଚି ନାରାୟଣ ସାହୁ, ସମ୍ପାଦକ ଶିବ ରାମ ବେହେରା, ସଂଯୋଜିକା ଗୀତାଞ୍ଜଳି ଗନ୍ତାୟତ , ସଂଘମିତ୍ରା ଦାସ ପ୍ରମୁଖ ଦୁଇ ବିଧାୟକ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ