ପାଣିରେ ବୁଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ସାନ ବାଙ୍କମୁହାଁ ଗ୍ରାମର ଜଣେ ଯୁବକଙ୍କର ପାଣିରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଆଦିବାସୀ ସାହିର ନଟବର ପୂର୍ତ୍ତିଙ୍କ ପୁଅ ଲକ୍ଷ୍ମୀଧର ପୂର୍ତ୍ତି (୨୫)ଆଜି ସକାଳୁ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଲଗାଣ ବର୍ଷା ଓ ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଗାଁ ପାଖ ବିଲ, ବାଡ଼ି, ଗାଡ଼ିଆ ପୋଖରୀ ପ୍ରାୟତଃ ଜଳପୂର୍ଣ୍ଣ ରହିଥିଲା। ଏପଟେ ଲକ୍ଷ୍ମୀଧର ଘରୁ ବାହାରି ଆସିବା ପରେ ପାର୍ଶ୍ଵ ଏକ ନାଳରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଲକ୍ଷ୍ମୀଧରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ମେଡିକାଲରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ମୃତ ଲକ୍ଷ୍ମୀଧର ଜଣେ ଆଦିବାସୀ ଗରୀବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡ଼ିଛନ୍ତି। ଏପରିସ୍ଥଳେ ତାଙ୍କ ପରିବାରକୁ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ