ଧନୁର୍ଜୟପୁର ପଞ୍ଚାୟତର ଉନ୍ନୟନ ମୁଳକ କାର୍ଯ୍ୟ ତଦାରଖ କଲେ ବିଡିଓ  

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଆଦିବାସୀ ବହୁଳ ପଞ୍ଚାୟତ ଭାବେ ପରିଗଣିତ ଧନୁର୍ଜୟପୁର ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଡିଓ । ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆଜି ଏହି ପଞ୍ଚାୟତ ଅଧିନ ଫୁଲଝର ଗ୍ରାମକୁ ଯାଇ ସେଠାରେ ଚାଲିଥିବା ସ୍କୁଲଘର କାମର ତଦାରଖ କରିଛନ୍ତି । ତାଙ୍କ ସହିତ ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖ, କନିଷ୍ଠଯନ୍ତ୍ରୀ ସଞ୍ଜୁକ୍ତା ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟରେ କିପରି ଅଗ୍ରଗତି ଘଟିବ ସେନେଇ କନିଷ୍ଠଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବରିଷ୍ଠ ବିଜେଡି ନେତା ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ