ମୁଣ୍ଡାସାହି ରାସ୍ତା ବିପର୍ଯ୍ୟସ୍ଥ, ବିଡିଓଙ୍କ ଅନୁଧ୍ୟାନ ପରେ ରାସ୍ତା ନିର୍ମାଣର ଆଶା ଫିଟିଲା

ହାଟଡିହି (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ମୁଣ୍ଡା ସାହି ରାସ୍ତାଟି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଛି । ଲୋକମାନେ ଘରୁ ବାହରକୁ ବାହାରି ପାରୁ ନାହାନ୍ତି । ଏହି ସାହିରେ ୨୫ରୁ ଉର୍ଦ୍ଧ ଆସଦିବାସୀ ପରିବାର ବସବାସ କରୁଥିବାବେଳେ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି । ଏବେ ଗାଁ ଗାଁକୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସରକାର ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବାବେଳେ ଏହି ସାହିର ଲୋକମାନେ ଆଜିବି ଆଣ୍ଠୁଏ ପାଣି କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି । ଯାହାକୁନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଖବରପାଇ ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟିନୀ ନିଜେ ଏହି ଗାଁକୁ ଯାଇ ଲୋକଙ୍କ ଅବସ୍ଥାକୁ ସ୍ୱଚକ୍ଷୁରେ ଦେଖିବାପରେ ତୁରନ୍ତ କିପରି ରାସ୍ତା ନିର୍ମାଣ କରାଯିବ ସେନେଇ ପଦକ୍ଷେପ ନେବାକୁ କନିଷ୍ଠଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କନିଷ୍ଠଯନ୍ତ୍ରୀ ଧୀରେନ୍ଦ୍ର ମହାଳିକ ଓ ଜିଆରଏସ ବିନୟ ମଲ୍ଲିକ ଉକ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରାସ୍ତା ନିର୍ମାଣ ପାଇଁ ମାପଚୁପ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ