ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ
ଛତ୍ରପୁର (ଦେବଦତ୍ତ ମହାରଣା) ;ଗଞ୍ଜାମ ପୋଲିସ୍ ଜିଲ୍ଲାର ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅପରାଧି, ପୁରୁଣା ୱାରେଣ୍ଟ, ମାଦକ ଦ୍ରବ୍ୟ କାରାବାର ଧରପଗଡ ସହ ଯାନବାହାନ ଯାଂଚ କଡାକଡି କରିବା, ବିଶୃଙ୍ଖଳାକୁ ନଜରରେ ରଖି ଠିକ୍ ସମୟରେ ଠିକଣା ସ୍ଥଳରେ ପହଂଚି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏସପି ପରାମର୍ଶ ଦେଇଛନ୍ତି । ବିଭିନ୍ନ ଥାନାରେ ପଡିରହିଥିବା ବିଭିନ୍ନ୍ ମାମଲାର ତୁରନ୍ତ ଫଇସଲା କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ସମସ୍ତ ଦିଗ ଉପରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁ ନୂଆ ଅପରାଧି ମାନେ ମୁଣ୍ଡ ଟେକୁଛନ୍ତି ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ନିମନ୍ତେ ସେ କହିବା ସହ ନିୟମିତ ଜୁଆ ଆଡ୍ଡା ଓ ବେଆଇନ ମଦ କାରାବାର ଉପରେ ଚଢାଉ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏସପି ସମସ୍ତ ଥାନା ଅଧିକାର୍ୀ ମାନଙ୍କୁ କହିଥିଲେ । ଲୋକେ ଯେପରି ଠିକ୍ ସମୟରେ ନ୍ୟାୟ ପାଇବେ ସେ ଦିଗରେ ସଚେତନ ରହିବାକୁ ସେ କହିଥିଲେ । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ରମେଶ ଚନ୍ଦ୍ର ସେଠୀ, ପି.କେ. ଦଳାଇ ଓ ବିଜୟ କୁମାର ମଲ୍ଲିକ, ଡିଏସପି ସିମା ସ୍ୱାଇଁ , ଅଜୟ କୁମାର ମିଶ୍ର, ଏସ୍ ପ୍ରଧାନଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।