ଶତାୟୁ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର‌୍ୟ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ହାଟଡିହୀ ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଶଯ୍ୟାଶାୟୀ ଭାବେ ବାସଭବନ ଠାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ପ୍ରାୟ ୯ଘଟିକା ସମୟରେ୧୦୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ସୂଚନା ଦିଆଯାଇଛି । ସ୍ୱର୍ଗତ ମହାପାତ୍ର ତତ୍କାଳୀନ ବ୍ରିଟିଶ ଶାସନକୁ ବିରୋଧ କରି ଭଣ୍ଡାରିପୋଖରୀ ଥାନପୋଡି ଘଟଣାରେ ସାମିଲ ହୋଇ ନିଜକୁ ସଂଗ୍ରାମୀ ଭାବେ ପରିଚିତ କରିଥିଲେ । ଆଜି ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ହାଟଡିହୀ ସ୍ଥିତ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷଦର୍ଶନ କରିବା ସହ ଅମରଆତ୍ମାର ସଦଗତିପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଗାଁ ମସାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏକମାତ୍ର ପୁତ୍ର ତଥା ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ