ସମସ୍ୟା ଘେରରେ ହୋମିଓପାଥିକ ଚିକିତ୍ସାଳୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ଯାଏଁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ଲୋକଙ୍କ ନିକଟରେ କିନ୍ତୁ ପ୍ରକୃତ ସେବା ପହଞ୍ଚୁନଥିବା ଜଣାପଡିଛି । ସ୍ୱାସ୍ଥ୍ୟସେବା ମନୁଷ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ହୋଇଥିବାବେଳେ ଏହାର ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସଦାସର୍ବଦା ଚେଷ୍ଟା କରାଯାଇଥାଏ । ପରିତାପର ବିଷୟ ବିଭିନ୍ନ ସମୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ଯୋଗାଯାଉଥିବା ଯେକୌଣସି ସରକାର ପ୍ରଚାର କରୁଥିଲେ ସୁଦ୍ଧା ପ୍ରକୃତପକ୍ଷେ ଫଳ କିନ୍ତୁ ଶୂନ । କେବଳ ପ୍ରଚାରପତ୍ରରେ କଥା ସୀମିତ ରହୁଥିବା ଦେଖାଯାଉଛି । ବାସ୍ତବକ୍ଷେତ୍ରରେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର କରୁଣ ଚିତ୍ର ଆଜି ବି ସୁଦ୍ଧା ଜଳଜଳ ହୋଇ ଦେଖାଯାଉଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଠାରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟଟି ଏବେ ଜୀବଜନ୍ତୁଙ୍କ ଚରାଭୂଇଁ ପାଲଟିଛି । ୧୯୭୧ମସିହାରେ ଏଠାରେ ଉକ୍ତ ଚିକିତ୍ସା କେନ୍ଦ୍ରଟି ନିର୍ମାଣ ହୋଇଥିବାବେଳେ ଏହା ଉପରେ ରହଣିଆ ସମେତ ସରସଦା, ମାଳଦା, ନପଙ୍ଗ, କୁରିଗାଁ ପ୍ରମୁଖ ପଞ୍ଚାୟତର ଜନସାଧାରଣ ମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାଆନ୍ତି । ଏହାଛଡା ବ୍ଲକର ଏହା ଏକମାତ୍ର ହୋଇଓପାଥିକ ଚିକିତ୍ସାଳୟ ହୋଇଥିବାରୁ ଏଠାକୁ ବିଭିନ୍ନ ଅଞ୍ଚଳର ଲୋକମାନେ ଭିନ୍ନଭିନ୍ନ ରୋଗର ଚିକିତ୍ସା ପାଇଁ ଆସିଥାଆନ୍ତି । ପରିତାପର ବିଷୟ ଉକ୍ତ ହୋଇଓପାଥିକ ଚିକିତ୍ସା କେନ୍ଦ୍ରଟି ଦୀର୍ଘ ୧୦ବର୍ଷ ହେବ ବହୁବିଧ ସମସ୍ୟା ଉପରେ ଗତି କରୁଥିଲେ ସୁଦ୍ଧା କେହି ଏହା ଉପରେ ଦୃଷ୍ଟି ଦେଉନାହାଁନ୍ତି । ସଂପ୍ରତି କରୋନା ମହାମାରୀ ସମୟରେ ମଧ୍ୟ ଲୋକେ ଜ୍ଜ୍ୱର ଥଣ୍ଡାରେ ପୀଡିତ ହୋଇ ଡାକ୍ତରଖାନାକୁ ଆସୁଥିଲେ ସୁଦ୍ଧା କିଛି ଲାଭ ହେଉନାହିଁ । ଡାକ୍ତରଖାନା ପରିସର ଏବେ ପାଣି ଜମି ପୁଷ୍କରଣୀର ଭ୍ରମ ସୃଷ୍ଟି କରୁଥିବାବେଳେ ବାସଗୃହ ଗୁଡିକ ମଧ୍ୟରେ ବିଭିନ୍ନ ଜୀବଜନ୍ତୁ ବାସ କଲେଣି । ୨୦୧୪ମସିହାରୁ ଏଠାରେ ନିୟମିତ ଚିକିତ୍ସକ ନଥିବାବେଳେ ଜଣେମାତ୍ର ଡାକ୍ତର ଡେପୁଟେସନରେ ସପ୍ତାହକୁ ୨ଥର ଆସି କାର୍ଯ୍ୟ କରୁଥିବା ଜଣାପଡିଛି । ଆଉମାତ୍ର ଜଣେ ସହଯୋଗୀ କର୍ମଚାରୀ ଗତ ୬ମାସ ପୂର୍ବରୁ ନିଯୁକ୍ତ ହୋଇଥିଲେ ସୁଦ୍ଧା ପାନୀୟଜଳ, ଶୌଚାଳୟ, ବିଦ୍ୟୁତ ବ୍ୟବସ୍ଥା ନଥିବାରୁ ମହିଳା ସହଯୋଗୀ ଚିକିତ୍ସକ ଜଣକ କାର୍ଯ୍ୟ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ଏହାଛଡା ହୋମିଓପାଥିକ ଏକ ପୁରାତନ ଚିକିତ୍ସା ପଦ୍ଧତି ହୋଇଥିବାରୁ ବିଭିନ୍ନ ପ୍ରକାର ରୋଗ ପାଇଁ ପ୍ରାୟ ୩ହଜାର ଓøଷଧ ଥିବାବେଳେ ଏଠାରେ ମାତ୍ର ୨୦ ପ୍ରକାର ଓøଷଧ ଉପଲବ୍ଧ ଥିବା ଜଣାପଡିଛି । ଥଣ୍ଡା, ଜ୍ଜ୍ୱର, ମୁଣ୍ଡବ୍ୟାଥା ଓ ଗ୍ୟାସ ସମ୍ବନ୍ଧୀୟ ସାମାନ୍ୟ ରୋଗକୁ ଛାଡିଦେଲେ ଅନ୍ୟାନ୍ୟ ରୋଗ ପାଇଁ ଓøଷଧ ଏଠାରେ ମିଳୁନଥିବାରୁ ସାଧାରଣ ରୋଗୀଟିଏ ହୋମିଓପାଥିକ ଚିକିତ୍ସା ଉପରୁ ଆସ୍ଥା ହରାଇ ଦେଉଛି । ଗୋଟେ ପଟେ ଆନୁସଂଗୀକ ଯନ୍ତ୍ରପାତି, ଚିକିତ୍ସକ ଓ ଓøଷଧ ଅଭାବ ସହିତ ଅନ୍ୟପଟେ ଅସଜଡା ମେଡିକାଲ ଭିତ୍ତିଭୂମିକୁ ନେଇ ନାଇଁନାଇଁରେ ଚାଲିଛି ସରକାରୀ ହୋମିଓପାଥିକ ଚିକିତ୍ସାଳୟ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜିଲ୍ଲାରେ ଥିବା ପ୍ରାୟ ସମସ୍ତ ହୋମିଓପାଥିକ ଡାକ୍ତରଖାନାର ଅବସ୍ଥା ଏହିଭଳି ହୋଇଥିବାବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଜିଲ୍ଲାରେ ଥିବାରୁ ଉଚ୍ଚପଦସ୍ଥ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ସେ ଯାହାବି ହେଉ ପୂର୍ବତନ ଆୟୁଷ ବିଭାଗ ନିର୍ଦ୍ଦେଶକ ଥିବା ତ୍ରିଲୋଚନ ମାଝୀ ବର୍ତ୍ତମାନ ଭଦ୍ରକ ଜିଲ୍ଲାପାଳ ଭାବେ କାର୍ଯ୍ୟକରୁଥିବାରୁ ସେ ଏଥିପ୍ରତି ଦୃଷ୍ଟି ଦେଲେ ନିଶ୍ଚିତ ଭାବେ ଜନସାଧାରଣ ମାନେ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ