ଗଞ୍ଜାମରେ ବଢ଼ୁଛି ଅପରାଧ, ଦୁଇ ଦିନରେ ଦୁଇଜଣଙ୍କୁ ହତ୍ୟା

ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ ପୁଣି ଅଶାନ୍ତ ହୋଇପଡିଛି । ଦୁଇ ଦିନରେ ଦୁଇ ଦୁଇଟି ହତ୍ୟା କରି ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ବେଧଡ଼କ ଭାବେ ଦିନର ସ୍ପଷ୍ଟ ଦିବାଲୋକରେ ହେଉଛି ବିଭତ୍ସ ଆକ୍ରମଣ । ସିଏ କୋଦଳାର ଖଦାଳ ସାହି ହେଉ କି ପୁରୁଷୋତ୍ତପୁରର ଚିଙ୍ଗୁଡ଼ିଘାଇ ଗ୍ରାମ ହେଉ, ଅପରାଧି ଏବେ କାହାକୁ ଭୟ କରୁନାହାନ୍ତି । ଦିନର ସ୍ପଷ୍ଟ ଦିବାଲୋକରେ ଚାଲିଛି ମର୍ଡର । ସବୁ ସରିଲା ବେଳକୁ ଆସୁଛି ପୋଲିସ । ଗଞ୍ଜାମରେ ଦୁଇ ଦିନରେ ଦୁଇ ଦୁଇଟି ମର୍ଡର ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି । କାଲି କୋଦଳାର ଖଦାଳ ସାହିରେ ମର୍ଡ ହୋଇଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କର ବାଲି ବ୍ୟବସାୟ ବି ଥିଲା। ଗାଁର କିଛି ଯୁବକ ବିନାୟକ ଗଣେଶ ପୂଜା ଚାନ୍ଦା ମାଗିଥିଲେ, ମାତ୍ର ସେ ଦେଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକମାନେ ବିନାୟକ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ପୁଲିସ୍ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ବିନାୟକଙ୍କ ମୃତଦେହ ନିକଟର ରକ୍ତରେ ‘ନେକ୍ସଟ ଟାରଗେଟ୍ ଡ୍ରାଇଭର୍ ସେଠୀ’ ବୋଲି ଲେଖା ହୋଇଛି। ଏହି ଡ୍ରାଇଭର୍ ସେଠୀ କିଏ ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ୍‌ ଆସି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ