ଡ୍ରେନରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଗତକାଲି ଡ୍ରେନରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାକରୁ ରକ୍ତ ବାହାରୁଥିବାବେଳେ ଦେହ ମଧ୍ୟ ଫୁଲିଯାଇଛି । ଗତକାଲି ଜଣେ ଛାତ୍ର ଟ୍ୟୁସନ ଯାଉଥିବାବେଳେ ସାଇକେଲ ସ୍ଲିପ କରିବାରୁ ଡ୍ରେନରେ ପଡ଼ି ଯାଇଥିଲେ । ୨ ଜଣ ଧାଇଁ ଧାଇଁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେବି ସଫଳ ହୋଇନଥିଳେ । ବରମୁଣ୍ଡା ଶତାବ୍ଦୀ ନଗରର ଡ୍ରେନ ନମ୍ବର ୮ ଏ’ରେ ସେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ୧୦ ଘଂଟା ଧରି ପରିଶ୍ରମ କରିଥିଲା । ଅଗ୍ନିଶମ ଟିମ ଓ ସ୍ଥାନୀୟ ଲୋକମାନେ ରାତି ୯ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେବି ପାଇନଥିଲେ । ତେବେ ଆଜି ସକାଳେ ତାଙ୍କର ମୃତଦେହକୁ ଠାବ କରାଯାଇଥିଲା । ପଂଚସଖା ନଗର ଡ୍ରେନରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇ ଏମସ ନିଆଯାଇଥିଲା । ଏମସରେ ମୃତ ଛାତ୍ରଙ୍କ ପରିବାର ବର୍ଗ ଯାଇ ଶବକୁ ଚିହ୍ନଟ କରିଥିଲେ । ଏଭଳି ଅଭାବନୀୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ