ଉତ୍କଳ ସମ୍ମିଳନୀ କର୍ମକର୍ତ୍ତାଙ୍କ ମାଣିକପାଟଣା ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଓ ସଦସ୍ୟ ଗଣେଶ ରାଜୁଙ୍କ ସମେତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ମାଣିକପାଟଣା ପରିଦର୍ଶନ କରି ଫେରି ଆସିଛନ୍ତି । ସର୍ଜମିଲ ଅନୁସନ୍ଧାନରୁ ଜଣାଗଲା ଯେ, ଓଡିଶା ପଟରୁ ମାଣିକପାଟଣାକୁ ରାସ୍ତାନାହିଁ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ରାସ୍ତାକାମ କରାଯାଇ ନାହିଁ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ରାସ୍ତାକାମ ଆରମ୍ଭ କରାଯାଇ ନାହିଁ । ଗତ ୯ ତାରିଖରେ ଆନ୍ଧ୍ରମନ୍ତ୍ରୀ ତାଙ୍କ ପୋଲିସ ଏବଂ ଦଳୀୟ କର୍ମୀମାନଙ୍କୁ ନେଇ ଯେଉଁଠାରେ ଏକାଠି ହୋଇ ଆମ ଅତରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବାର ଧମକ ଦେଲେ । ତାହା ଓଡିଶା ନିର୍ମାଣ କରିଥିବା ସଡକରେ ପ୍ରବେଶ କରି । ଆନ୍ଧ୍ରମନ୍ତ୍ରୀ ସଦଳବଳ ଆମ ଓଡିଶାର ସୀମାନ୍ତ ଗ୍ରାମ ଚମ୍ପାପୁର ଠାରୁ ଆମ ସଡକ ପଥରେ ଆମ ଅଞ୍ଚଳରେ ପ୍ରାୟ ୩ କିମି ଭିତରକୁ ଅବସ୍ଥିତ ମାଣିକପାଟଣାକୁ ଆସି ଆମ ଘରେ ଆମକୁ ଧମକ ଦେଇ ଫେରିଗଲେ । ଘଟଣା ସ୍ଥଳରେ ଆନ୍ଧ୍ର ପୋଲିସ ୫ ଦିନ ପର୍ଯ୍ୟନ୍ତ ଦିନର ୨୪ ଘଣ୍ଟା ମୁତୟନଥିଲେ ମଧ୍ୟ ଓଡିଶା ପକ୍ଷରୁ କୌଣସି ବନ୍ଦୋବସ୍ତ କରାଯାଇ ନଥିଲା । ଏହିପରିକି ଘଟଣା ଦିନଠାରୁ ଏପର୍ଯନ୍ତ ଓଡିଶାର କୌଣସି ଅଧିକାରୀଙ୍କ ତଳି କର୍ମଚାରୀ ମାଣିକ ପାଟଣା ଯାଇନଥିବା ଦୁର୍ଭାଗ୍ୟଜନକ । ଆହରି ମଧ୍ୟ ଜଣାଗଲା ଯେ ଗଙ୍ଗାବାଡ ପଞ୍ଚାୟତର ସୀମାନ୍ତ ଗ୍ରାମ ମାନଙ୍କରେ ଓଡିଶା ଫ୍ରିଡମ୍ ଅଫ ରିଲିଜଅସନ ଆକ୍ଟ ୧୯୬୭କୁ ଖାତିର ନକରି ଜୋର ସୋରରେ ଧର୍ମାନ୍ତରୀକରଣ ଚାଲିଛି । ଇତି ମଧ୍ୟରେ କେବଳ ମାଣିକ ପାଟଣାରେ ୪୫ ପରିବାର ମଧ୍ୟରୁ ୩୫ ପରିବାର ସେମାନଙ୍କ ମୂଳ ହିନ୍ଦୁଧର୍ମର ପରିବର୍ତ୍ତିତ ହୋଇ ସାରିଲେଣି । ଓଡିଶାର ପ୍ରଶାସନିକ ସ୍ଥାଣୁତା ହେତୁ ଇତିମଧ୍ୟରେ ବହୁ ସଂଖ୍ୟକ ଓଡିଶାର ଅଧିବାସୀ ଆନ୍ଧ୍ରରେ ରେସନକାର୍ଡ ଓ ଆଧାର କାର୍ଡ କରିସାରିଲେଣି । ମାଣିକପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ରଟି ଓଡିଶାର ଖତୁ ଶବରଙ୍କ ପଟ୍ଟା ଜମିରେ ନିର୍ମାଣ କରାଯାଇଥିବା ଜଣାଯାଏ । ଆମର ଯେପରି ମାଣିକପାଟଣାକୁ ପହଞ୍‌ôଚବା ପାଇଁ ସିଧାସଳଖ ଓଡିଶା ମଧ୍ୟ ଦେଇ ରାସ୍ତା ନାହିଁ ସେହିପରି ଆନ୍ଧ୍ର ମଧ୍ୟରେ ମଧ୍ୟ ସେଠାକୁ ରାସ୍ତା ନିର୍ମାଣ ହୋଇ ନାହିଁ । ତଥାପି ଆନ୍ଧ୍ର ପ୍ରଶାସନ ଆମ ରାସ୍ତାରେ ଆମ ଇଲାକାରେ ପଶି ଆମ ଘର ଭିତରେ ଆମକୁ ନାଲି ଆଖି ଦେଖାଉଥିବା ଆମ ସ୍ୱାଭିମାନକୁ ଆଘାତ କରୁଛି । ଗଙ୍ଗାବାଡ ପଞ୍ଚାୟତ ବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବଜାରବାଟ, କ୍ରୟବିକ୍ରୟ ସବୁଥିପାଇଁ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ସହର ଉପରେ ନିର୍ଭର କରୁଥିବାରୁ ଆମର ସରଳ ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି । ବର୍ତ୍ତମାନର ଉତ୍ତେଜନା ମୂଳକ ପରିସ୍ଥିରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଶୁଣା ଯାଏ କେତେତକ ଅଦିବାସୀ ନେତାଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଫୌଜଦାରୀ ମାମଲା ଦାୟର କରି ସେମାନଙ୍କ ଗିରଫ ଭୟ ଦେଖାଉଛନ୍ତି । ଏତେ ସବୁ ଘଟିଲା ପରେ ମଧ୍ୟ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବା ଦୁର୍ଭାଗ୍ୟଜନକ ତେଣୁ ତୁରନ୍ତ ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକତା ଅଛି । ଗଙ୍ଗାବାଡ ପର୍ଯ୍ୟନ୍ତ ଓଡିଶାର କଇଁପୁରଠାରୁ ରାସ୍ତା ନିର୍ମାଣ, କଇଁପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ପାରଳାରୁ ଗଙ୍ଗାବାଡଯାଏଁ ଯାତ୍ରୀବାହୀ ବସ ବ୍ୟବସ୍ଥା, ଜଣେ ଆ?ର୍.ଆଇଙ୍କୁ ନିଯୁକ୍ତି, ଟେଲିଫୋନ୍ ଟାୱାର ନିର୍ମାଣ, ଆଦିବାସୀଙ୍କୁ ସୁବ୍ୟବସ୍ଥା ଓ ଚମ୍ପାପୁର ଠାରେ ଏକ ପୋଲିସ ଫାଣ୍ଡି ଯଥା ଶୀଘ୍ର ପ୍ରତିଷ୍ଠା କରାଗଲେ ଉକ୍ତ ପଞ୍ଚାୟତରେ ବାସ କରୁଥିବା ପ୍ରାୟ ୩୦୦୦ରୁ ଉର୍ଦ୍ଧ ଆଦିବାସୀ ଆନ୍ଧ୍ର ଉତ୍ପୀଡନରୁ ରକ୍ଷା ପାଇ ପାରିବେ । ଏହାବ୍ୟତୀତ ଚମ୍ପାପୁର ଠାରେ “ଓଡିଶା ସୀମା ଆରମ୍ଭ” ବୋଲି ସୂଚନା ଫଳକ ତୁରନ୍ତ ଲଗାଯିବା ଆବଶ୍ୟକ ବୋଲି ଉତ୍କଳ ସମ୍ମୀଳନୀର ଅନୁସନ୍ଧାନକାରୀ ଦଳମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ