ଦୁର୍ନୀତିରେ ଉବୁଟୁବୁ ଭଣ୍ଡାରିପୋଖରୀ ବ୍ଲକ: କଂଗ୍ରେସ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ଏବେ ଦୁର୍ନୀତିରେ ଉବୁଟୁବ ହେଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି। ସ୍ଥାନୀୟ ରାଜୀଵ ଭବନ ଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବ୍ରତ ଦାସ ଯୋଗଦେଇ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଏବେ ଦୁର୍ନୀତିର ଚରମ ସୀମାରେ ପହଁଚିଥିବା କହିଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା କୋଭିଡ ସେଣ୍ଟରରେ କୋଟିକୋଟି ଟଙ୍କା ଦୁର୍ନୀତି ହୋଇଥିବା ସେ କହିଥିଲେ। ଉଦାହରଣ ଭାବେ ରାଜେନ୍ଦ୍ରପୁର ପଞ୍ଚାୟତରେ କୋଭିଡ ମହାମାରୀ ପୂର୍ବରୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି। ଖୋଲା ଯାଇଥିବା କୋଭିଡ ସେଣ୍ଟର ପାଇଁ ବେଡ଼ସିଟ ଠାରୁ ଆରମ୍ଭ କରି ଇନ୍ଭର୍ଟର ଓ ଫ୍ୟାନ କିଣା ଯାଏଁ ସବୁଥିରେ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଛି। ସେହିଭଳି ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠକୁ ଆକାଂକ୍ଷା ଯୋଜନାରେ ୬୧ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଆସିଥିବାବେଳେ ସେଠାରେ ସରକାରୀ ଅଧିକାରୀଙ୍କ ତଦାରଖ ବିହୀନ କାର୍ଯ୍ୟ ହେଉଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଏପରିକି ବାଲି ଜାଗାରେ ସିମେଣ୍ଟ ସହିତ ପଟୁମାଟି ମିଶାଯାଇ ପ୍ଲାଷ୍ଟର ହୋଇଥିବା ସୂଚନା ଦିଆଯାଇଛି। ନାଆମୀ ପଂଚାୟତ ପକ୍ଷରୁ ଏକ ଗୋଚର ଜାଗାରେ ମାର୍କେଟ କମ୍ପ୍ଲେକ୍ସ ସହିତ ଗୋଷ୍ଠି ପାଇଖାନା ନିର୍ମାଣ ହୋଇଥିବାବେଳେ ତାହା ଏବେ ବିଜେଡି କାର୍ଯ୍ୟାଳୟରେ ପରିଣତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଥିଲା। ଏହାଛଡା ପଂଚାୟତ ନିର୍ବାଚନ ପାଇଁ ଶାସକ ଦଳ ପାଣ୍ଠି ଯୋଗାଡ଼ କରିବା ସକାଶେ ମିଳିଥିବା ୟସ ଅନୁଦାନର ପ୍ରାୟ ୫କୋଟି ଟଙ୍କାରୁ ଅଢେଇ କୋଟି ଟଙ୍କା ଭୁଲ ପ୍ରକଳ୍ପରେ ଖର୍ଚ୍ଚ କରିବାକୁ ଯୋଜନା କରୁଥିବା ସାମ୍ବାଦିକ ମାନଙ୍କୁ କଂଗ୍ରେସ ନେତା କହିଛନ୍ତି। ଏହାଛଡା ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଂଚକତା ହେଉଥିବା ବେଳେ ସବୁଥିରେ ବ୍ଲକ ପ୍ରଶାସନ ସମ୍ପୃକ୍ତି ଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କଂଗ୍ରେସ ନେତା ମାନେ ଅଭିଯୋଗ କରିଛନ୍ତି। ଆୟୋଜିତ ସମ୍ମିଳନୀରେ ଶ୍ରୀ ଦାସଙ୍କ ସମେତ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ବ୍ଲକ ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ଗୋଛାୟାତ, ଶ୍ୟାମସୁନ୍ଦର ମହାପାତ୍ର, ମନୋଜ କୁମାର ନାୟକ, ବରିଷ୍ଠ କଂଗ୍ରେସ ନେତା ପିତାମ୍ବର ନାୟକ, ନଟବର ରାଉଳ, ଅକ୍ଷୟ ତ୍ରିପାଠୀ, ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ