ଦଗାଦିଆ ସ୍ୱାମୀ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମର ଦଗା ଦିଆ ସ୍ୱାମୀ ଗିରଫ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ପିନା ସାମଲ ୨୦୧୫ ମସିହାରେ ପଡୋଶୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଥିବାବେଳେ ଦଗା ଦିଆ ସ୍ୱାମୀ ପିନା ପ୍ରଥମ ପତ୍ନୀ ଜ୍ୟୋସ୍ନାକୁ ଧୋକା ଦେଇ ଛତ୍ରପୁରର ଅନ୍ୟ ଜଣେ ଯୁବତୀକୁ ପ୍ରେମ ବିବାହ କରିଥିଲେ। ଘଟଣା ଜଣାପଡିବା ପରେ ପ୍ରଥମ ପତ୍ନୀ ଜ୍ୟୋସ୍ନା ଏନେଇ ଭଣ୍ଡାରିପୋଖରୀ ପୁଲିସକୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭଣ୍ଡାରିପୋଖରୀ ପୋଲିସ ଛତ୍ରପୁରରେ ଅଭିଯୁକ୍ତ ଦଗା ଦିଆ ସ୍ୱାମୀକୁ ଗିରଫ କରିଛି। ଏନେଇ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏଠାରେ ସୂଚିତ ଅଭିଯୁକ୍ତ ପିନା ନାଁରେ ପୂର୍ବରୁ ଭଣ୍ଡାରିପୋଖରୀ ନିକଟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କିତ ମାମଲା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ