କୋର୍ଟରେ ହାଜିର ହେଲେ କଙ୍ଗନା

ମୁମ୍ବାଇ, ଗୀତିକାର ଜାଭେଦ ଅଖତର ମାନହାନି ମାମଲାରେ ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟରେ ସୋମବାର ଦିନ ହାଜିର ହୋଇ ଅଭିନେତ୍ରୀ କଙ୍ଗନା ରାଣାୱତ ଜାଭେଦ ଅଖତରଙ୍କ ଉପରେ ଜୋର ଜବରଦସ୍ତି ଆଦାୟ ଏବଂ ଧମକ ଦେବାର ଅଭିଯୋଗ କରିଛନ୍ତି । ଏହି ଆରୋପକୁ ନେଇ କଙ୍ଗନା ଜାଭେଦ ଅଖତର ବିରୁଦ୍ଧରେ ଅଭିଯୋଗ ମଧ୍ୟ ରୁଜୁ କରିଥିଲେ । ତା’ ସହିତ କଙ୍ଗନା ଅନ୍ଧେରୀ ମାଜିଷ୍ଟ୍ରେଟ ଉପରେ ଅବିଶ୍ୱାସ କରି ମାମଲାର ଶୁଣାଣୀ ନୂଆ ଜଜ୍‌ଙ୍କ ପାଖରେ କରିବାର ଦାବି କରିଛନ୍ତି ।
ମାଜିଷ୍ଟ୍ରେଟ କୋର୍ଟ ଜାଭେଦ ଅଖତର ମାନହାନି ମାମଲାର ଶୁଣାଣୀ ୧୫ ନଭେମ୍ବରରେ କରିବାର ଆଦେଶ ଦେଇଛନ୍ତି । ତେବେ କଙ୍ଗନା ରାଣାୱତଙ୍କ ନୂଆ ଅଭିଯୋଗ ଉପରେ ୧ ଅକ୍ଟୋବରରୁ ଶୁଣାଣୀ ହେବ । କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକ କୋର୍ଟରେ କହିଛନ୍ତି ଯେ ଯେତେବେଳେ ଜାଭେଦ ଅଖତର କଙ୍ଗନା ଏବଂ ରିତିକ ରୋଶନ ମାମଲାରେ କାହିଁକି ପଡ଼ିଛନ୍ତି । ଏହି ମାମଲାରେ ଜାଭେଦ କଙ୍ଗନାଙ୍କୁ ଡକାଇ ତାଙ୍କୁ ଧମକ ଦେଇଥିଲେ । ଏହି ମାମଲାରେ ଜାଭେଦ କଙ୍ଗନାଙ୍କୁ ଡକାଇ ତାଙ୍କୁ ଧମକ ଦେଇଥିଲେ । ସେଠାରେ ଗତ ଶୁଣାଣୀରେ ଅନ୍ଧେରୀ ମାଜିଷ୍ଟ୍ରେଟ କଙ୍ଗନାଙ୍କୁ ସୋମବାର(୨୦ ସେପ୍ଟେମ୍ବର) ଦିନ ଉପସ୍ଥିତ ନରହିବାକୁ ୱାରେଂଟ ଜାରି କରିବାର ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ