ନୀତିଆୟୋଗଙ୍କ ଗୁମ୍ମା ବ୍ଲକ ଗସ୍ତ,ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଧାରଣକ୍ଷମ ବିକାଶ ଲକ୍ଷ ହାସଲ ଦିଗରେ କେତେ ଆଗେଇଛି,ମିଶନ ଶକ୍ତି ମହିଳାଙ୍କୁ ସୁରକ୍ଷା ଦେବାରେ ଅଞ୍ଚଳର ଓ ଯୁବକଙ୍କ ବିକାଶ ଦିଗରେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବାରୁ ଅଞ୍ଚଳର ବିକାଶ ଦିଗରେ ମଧ୍ୟ ଅନୁଧ୍ୟାନ କଲେ ନୀତିଆୟୋକ ଏସୁସେଟ ଶ୍ରୀ ବିଷ୍ଣୁ ଦାସ ଗୁପ୍ତା । ସୂଚନା ଅନୁଯାୟୀ ଗୁମ୍ମା ବ୍ଲକର ଅନେକ ପଞ୍ଚାୟତ ସ୍ତରରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ଏହାର ଅନୁଧ୍ୟାନ କରିଛନ୍ତି ଶ୍ରୀ ଗୁପ୍ତା।ସେ ପ୍ରଥମେ ମୁନୁସିଂ ପଞ୍ଚାୟତର ମୁନୁସିଂ ଗ୍ରାମର ରବର ପ୍ଲାଣ୍ଟ ଓ ରବର ସିଟ ଦେଖିଲେ।ପରେ ଗୁମ୍ମା ଗ୍ରାମ ପଞ୍ଚାୟତର ମା ଗୃହ ଏବଂ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦେଖିଥିଲେ । ଏହାପରେ ତୋରଭା ପଞ୍ଚୟତ ଲିଙ୍ଗା ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଅନୁଧ୍ୟାନ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଚେଷ୍ଟାରେ ଆଦିବାସୀ ମହିଳାଙ୍କ ମିସିନ ସିଲେଇ ଦେଖିବା ସହ ଉକ୍ତ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ।ପରେ ସେରଙ୍ଗ ଗ୍ରାମର ନିଜସ୍ୱ ଉଦ୍ୟମରେ ଓଏଲଏମଙ୍କ ଜରିଆରେ ଏକ ହିଠାଛି ଏଟିଏମ୍ ଦେଖିବା ପରେ ଅଜୟଗଡ଼ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପ ଦେଖିବା ମାତ୍ରେ । ଅଞ୍ଚଳର ବାକି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ହେବ ବୋଲି କହିଛନ୍ତି ବିଷ୍ଣୁ ଦାସ ଗୁପ୍ତା।ଏହି କାର୍ଯ୍ୟ କ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚୋରଣ ପାତ୍ର,ସନ୍ନମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସରୋଜ ବେହେରା,ବିଡ଼ିଓ ନଟବର ଗରଡ଼ା,ସିଡିପିଓ ଅନିତାରାଣୀ ପଟ୍ଟନାୟକ,ଓଏଲଏମ୍ ଗୌତମ ପାଇକ ଓ ବିଭାଗ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ