ଗଜପତି ଜିଲ୍ଲା ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା)ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଗଜପତି ଜିଲ୍ଲା ପ୍ରଧାନ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରାୟଗଡ  ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିଳମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ବି. ତିରୁମଲ୍ଲା ରାଓ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଫକୀର ମୋହନ ଉଚ୍ଚ ବିଦ୍ଯାଳୟ , ଦମାଦୁଆର ପ୍ରଧାନ ଶିକ୍ଷକ ଚିତ୍ତରଂଜନ ପଣ୍ଡା, ଉପସଭାପତି ପ୍ରଶାନ୍ତ କୁମାର ବିଷୋୟୀ, ଶୁସାନ୍ତ କୁମାର ଚୌଧୁରୀ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପି. ମେନକା ରାଓ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଲୋକନାଥ ନାହାକ ,ଗୋଷାଣୀ ବ୍ଳକ୍ ସମ୍ପାଦକ ଗଜପତି ଖୁଣ୍ଟିଆଙ୍କ ସମେତ ବିଭିନ୍ନ ବ୍ଳକରୁ ଆସିଥିବା ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକର ପ୍ରାରମ୍ଭରେ କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଓଷ୍ଟା ତରଫରୁ ମୃତ ଶିକ୍ଷକମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ପାଇଁ ରାଜ୍ୟ ସଂଗଠନକୁ ନିବେଦନ କରାଯାଇଥିଲା। ଜିଲ୍ଲାର ୭ଟି ବ୍ଲକରେ ରହିଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୫ଜଣ ଶିକ୍ଷକଙ୍କୁ ନିମନ୍ତିତ ସଭ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଜିରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁବେହେରା ଓ ବୁନ୍ଦାବନ ବିଶ୍ଵାଳଙ୍କୁ ମନୋନୀତ କରାଯାଇ ଥିଲା । ସଂଘର ଆୟ/ବ୍ୟୟର ସମୀକ୍ଷା, ସଂଘର ନିଜସ୍ଵ କାର୍ଯ୍ୟାଳୟ ନ ଥିବାରୁ ଅତି ଶୀଘ୍ର ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜମି ଯୋଗାଇ ଦେବାପାଇଁ ଅନୁରୋଧ,ଜିଲ୍ଲାର ସବୁ ବର୍ଗର ଉଚ୍ଚ ବିଦ୍ୟାଳୟ ଏବଂ ଶିକ୍ଷକମାନଙ୍କର ସମସ୍ୟା ଗୁଡିକର ତାଲିକା ପ୍ରସ୍ତୁତ କରି ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ଏବଂ ସମାଧାନ କରିବା ପାଇଁ ଚେଷ୍ଟା କରିବା ସହିତ ବ୍ଲକ ଗ୍ରାଣ୍ଡ ଶିକ୍ଷକମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ଉପରେ ଆଲୋଚନା ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ