ନିର୍ମାଣ ହେବାର ୬ମାସରେ ଭୁଶୁଡି ପଡିଲା ପାଚେରୀ

ହାଟଡିହି, (ବିକାଶ ବିଶ୍ୱାଳ): ନିର୍ମାଣ ହେବାର ୬ମାସ ମଧ୍ୟରେ ଭୁଷୁଡି ପଡିଲା ପାଚେରୀ । ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ହଦଗଡ ଡାକ୍ତରଖାନାରେ । ଖବରରୁ ଜଣାଯାଇଛି ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହଦଗଡ ଡାକ୍ତରଖାନା ପରିସରରେ ଡେଲିଭରୀ ରୁମ, ପାଚେରୀ ଓ ସମ୍ମୁଖ ଭାଗଟି କଂକ୍ରିଟ କରାଯାଇଥିଲା । ଡାକ୍ତରଖାନାର ପଛପଟେ ନୁତନ ପାଚେରୀ ନିର୍ମାଣ କରାଯିବାକୁ ଥିବାବେଳେ ତାହା କରାନଯାଇ ପୁରୁଣା ପାଚେରୀ ଉପରେ ଦୁଇଫୁଟ ଇଟା ଯୋଡାଯାଇ ତାହାକୁ ପ୍ଲାଷ୍ଟର କରାଯାଇ ଚୁନ ମାରି ନୁଆଭଳି କରାଯାଇଥିଲା । କିନ୍ତୁ କାମଟି ୬ମାସ ବି ଗଲାନି । ଗତକାଲି ଏହି ପାଚେରୀଟି ସମ୍ପୁର୍ଣ୍ଣ ଭୁଷୁଡି ପଡିଛି । ୧୫ବର୍ଷ ତଳର ପୁରୁଣା ପାଚେରୀର ମୁଳ ଠିକ ନଥିବାସ୍ଥଳେ ବିଭାଗୀୟ ଯନ୍ତ୍ରୀ କିପରି ତାହା ଉପରେ ୨ଫୁଟ ଯୋଡିବାକୁ କହିଲେ ତାହା ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଏହି ପାଚେରୀ ପାଇଁ ସରକାରଙ୍କ ଅନୁଦାନ ଯାହାବି ଖର୍ଚ୍ଚ କରାଗଲା ତାହା ପାଣିରେ ପଡିବା ସାର ହେଲା । ଖାଲି ଏହି ଗୋଟିଏ କାମ ନୁହଁ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା ହେଉଥିବା ଅନେକ କାମ ଯନ୍ତ୍ରୀ ମାନଙ୍କ ଇଛା ଅନୁସାରେ ହେଉଥିବା ଯୋଗୁଁ ଏହିପରି ଲକ୍ଷ ଲକ୍ଷ ଟଙ୍କାର କାମ ଗୁଡିକ ବରବାଦ ହେଉଥିବା ଅଭିଯୋଗ ହେଉଛି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ