ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପଛର କାରଣ !

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ, ତେବେ ଏହି ମୃତ୍ୟୁ ପଛର କାରଣ ବାଘମ୍ବରୀ ମଠ ଓ ନିରଞ୍ଜନୀ ଆଖଡାର ଅମାପ ସମ୍ପତ୍ତି ବୋଲି ଚର୍ଚ୍ଚା ହେଉଛି । ମଠକୁ ଦେଶ ବିଦେଶରୁ ପ୍ରଚୁର ଦାନ ମିଳୁଥିଲା । ତା’ଛଡା ମଠର ଅନେକ ସ୍କୁଲ, ଆଶ୍ରମ ଓ ଚାଷଜମି ରହିଛି । ଏସବୁ ଜମିର ମୂଲ୍ୟ କୋଟି କୋଟି ଟଙ୍କା ହେବ । କେବଳ ପ୍ରୟାଗରାଜ ଓ କୌଶାମ୍ବିରେ ମଠର ୮୦ ବିଘା ଜମି ରହିଛି । ଯେଉଁଠାରେ ବିଭିନ୍ନ ପନିପରିବା, ଧାନ ଓ ଗହମ ଚାଷ ହେଉଛି । ମଠ ସମ୍ପତ୍ତି ହାତେଇବାକୁ ସନ୍ଥମାନଙ୍କ ମଧ୍ୟରେ ଅତୀତରେ ସଂଘର୍ଷ ଘଟିଛି । ଏପରିକି ମଠର ସମ୍ପତ୍ତିକୁ ବିକ୍ରି କରି ସନ୍ଥମାନେ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଘର, ଜମି କିଣିବା ଭଳି ଅଭିଯୋଗ ହୋଇଛି । ସମ୍ପତ୍ତି ବିବାଦକୁ ନେଇ ପୂର୍ବରୁ ଦୁଇଜଣ ଶିଷ୍ୟଙ୍କର ରହସ୍ୟଜନମ ମୃତ୍ୟୁ ମଧ୍ୟ ଘଟିଥିବା ଜଣାପଡିଛି ।

Spread the love

Advertisement

ଏବେ ଏବେ