ଚଳିତ ବର୍ଷ ହିଁ ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା

ନୂଆଦିଲ୍ଲୀ: ଚଳିତ ବର୍ଷ ହିଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ତଥା ଏନ୍‌ଡିଏ ପରୀକ୍ଷାରେ ଝିଅମାନଙ୍କୁ ମିଳିବ ସୁଯୋଗ । ନଭେମ୍ବର ମାସରେ ହେବାକୁ ଥିବା ପରୀକ୍ଷା ଦେଇପାରିବେ ମହିଳା। ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ, ଝିଅମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରାଇବା ପାଇଁ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ନଭେମ୍ବର ୨୦୨୧ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ମହିଳାମାନଙ୍କୁ ପ୍ରବେଶ ଅନୁମତି ଦିଆଯିବା ଆବଶ୍ୟକ। ଗୋଟିଏ ବର୍ଷ ପାଇଁ ଏହାକୁ ସ୍ଥଗିତ କରିହେବ ନାହିଁ। ଡାକ୍ତରୀ ମାନକକୁ ପରୀକ୍ଷାମୂଳକ ଭାବରେ ସୂଚିତ କରାଯିବା ଉଚିତ୍। UPSC ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ