ଟିକାବାଲି ବ୍ଲକରେ ସ୍ବଛତା ରଥର ଶୁଭାରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ସ୍ବଛତା ରଥ ଶୁଭାରମ୍ଭ ହୋଇଯାଇଛି ।ଏହି ସ୍ବଛତା ରଥକୁ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ରଥ ଟିକାବାଲି ବ୍ଲକ କାର୍ଯ୍ୟାଳୟରୁ ବାହାରି ବିଭିନ୍ନ ଗ୍ରାମ ପଞ୍ଚାୟତ ଭ୍ରମଣ କରି ସାମୁହିକ ଭାବେ ଘର ଘର ବୁଲି ବାହ୍ୟମଳ ମୁକ୍ତ ଓ ରୋଷେଇ ଘର, ଗାଧୁଆ ଘର ଏବଂ ସର୍ବସାଧାରଣର ନଳକୂପ ଆଦି ସ୍ଥାନ ସଫେଇ କାର୍ଯ୍ୟ କରିବା ସହ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସ୍ବଛତା ସମ୍ବନ୍ଧେ ସଚେତନତା କରିବାର କାର୍ଯ୍ୟକ୍ରମ ରହିଛି।ପ୍ରଥମ ପର୍ଯ୍ୟାୟରେ ଟିକାବାଲି ବ୍ଲକର ପିକରଡି,ବଡିମୁଣ୍ଡା, ପାବୁରିଆ,କଇଁଝର ଇତ୍ୟାଦି ଗ୍ରାମ ପଞ୍ଚାୟତ ଗୁଡିକରେ ଏହି ସ୍ବଛତା ରଥ ପରିଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରିବା ସହ ଘରଘର ବୁଲି ସାମୁହିକ ସ୍ବଛତା କାଯ୍ୟକ୍ରମ କରଯିବ l ଏହା ସେପ୍ଟେମ୍ବର ୨୧ ଠାରୁ ଆରମ୍ଭ ହୋଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ