ନାମାଙ୍କନ ପତ୍ର ଦାଖଲ କଲେ ପାରଳାଖେମୁଣ୍ଡିରୁ ୮ ଜଣ ଓ ମୋହନାରୁ ୯ ପାର୍ଥୀ

ଗଜପତି ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ଦିନ ନିର୍ବାଚନ ପାଇଁ ଭୋଟ ଦାନ ହେବ ତେବେ ସେଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଉପ- ଜିଲ୍ଲାପାଳ ତଥା ନିର୍ବାଚନ ପଞୀକରଣ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଦାଖଲ କରିଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ୯ ଜଣ ପ୍ରାର୍ଥୀ ହେଲେ – ଜାତୀୟ କଂଗ୍ରେସ ପକ୍ଷରୁ ଦାଶରଥି ଗମାଙ୍ଗ, ବିଜେପି ପକ୍ଷରୁ ପ୍ରଶାନ୍ତ କୁମାର ମଲିକ, ବିଜେଡି ତରଫରୁ ପୂଣ୍ଣବାସି ନାୟକ, ଅମ୍ବେଦକର ଜାତୀୟ କଂଗ୍ରେସ ପକ୍ଷରୁ ଦାମୋଦର ରଇତ, ଉଚଓ(ଗଖ) ପକ୍ଷରୁ ଜାକବ କାର‌୍ୟୀ, ବହୁଜନ ସମାଜ ବାଦୀ ପକ୍ଷରୁ ସୁଦାମ ରଇତ, ସ୍ବାଧୀନ ପକ୍ଷରୁ ଭରତ ପାଇକ, ପୁର ଚଦ୍ର ଗମାଙ୍ଗ
ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ୮ ଜଣ ପ୍ରାର୍ଥୀ ହେଲେ – ବିଜେଡି ତରଫରୁ କଲ୍ୟାଣୀ ଗଜପତି, ଭାଜପା ପକ୍ଷରୁ କେ: ନାରାୟଣ ରାଓ, କଂଗ୍ରେସ ତରଫରୁ କେ: ସୂରିୟା ରାଓ, ସ୍ବାଧୀନ ପ୍ରାର୍ଥୀ ଭାବେ ଡ: ତିରୁପତି ପାଣିଗ୍ରାହୀ ଓ ମୀନକେତନ ଜେନା, ଉଚଓ(ଗଖ) ପକ୍ଷରୁ କେଦାର ଶବର, ବହୁଜନ ସମାଜ ବାଦୀ ପକ୍ଷୀ ଗୈାରୀଶଙ୍କର ମହାନଦିଆ, ସମତା କ୍ରାନ୍ତି ତରଫରୁ ସୁନୀଲ ପଟ୍ଟନାୟକ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାକୁ ଆସିବା ବେଳେ ସେମାନଙ୍କ ହଜାର ହଜାର ସାମଥକ, କର୍ମୀ ଓ ନେତା ମାନଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ କାଯ୍ୟଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ