ଗଞ୍ଜାମ ବ୍ଲକ ଏସଏଚଜିଙ୍କ ପାରିଦର୍ଶିତ ଅନୁଧ୍ୟାନ କଲେ ଯୁଏନସିଜିଏଫ ଚାରି ଜଣିଆ ଟିମ

ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକର ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ଅଧୀନରେ ପରିଚାଳିତ ହେଉଥିବା ମହିଳା ସ୍ୱଂୟ ସହାୟିକା ଗୋଷ୍ଠିର ଜୀବନ, ଜୀବିକା ,ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ରୋଜଗାରକ୍ଷମ ପ୍ରମୁଖ ପାରଦର୍ଶିତାକୁ ନେଇ ୟୁନାଇଟେଡ଼ ନ୍ୟାସେନଲ କ୍ୟାପିଟାଲ ଡେଭଲପମେଣ୍ଟ ଫଣ୍ଡ (ଯୁଏନଆଇସିଡିଏଫ) ଏକ ଗବେଷକ ତଥା ଏକ ଚାରିଜଣିଆ ଅନୁସନ୍ଧାନୀ ଟିମ ଅନୁଧ୍ୟାନ କରିଛନ୍ତି। ଏହି ଟିମର ଅଙ୍କିତ ସିଂ,ଶ୍ରୀୟା ସୁନ୍ଦରମ, ଡି.ଶ୍ରୀବାସ୍ତବ, ପୁଷ୍ପା ପଟ୍ଟନାୟକ ପ୍ରମୁଖ ମଲାଡ଼ ପଞ୍ଚାୟତ ସୀତାରାମ ମହିଳା ସ୍ୱଂୟ ସହାୟିକା ଗୋଷ୍ଟିର ଦ୍ୱାରା ପରିଚାଳିତ ବର୍ଜ୍ୟ ବସ୍ତୁ ପରିଚାଳନାରେ ‘ମୋଖତ’, ହୁମ୍ମାର କନକ ଦୂର୍ଗା ମହିଳା ସ୍ୱଂୟ ସହାୟିକା ଗୋଷ୍ଟି ଦ୍ୱାରା ପରିଚାଳିତ ବାୟୋଫକ ତଥା କୁଣ୍ଡରେ ମାଛ ଚାଷ, , ଅନୁଧ୍ୟାନ କରିବା ସହ ସେମାନଙ୍କର ଆର୍ଥିକ ପରିସ୍ଥିତି, ବ୍ୟାଙ୍କ ,ସରକାରଙ୍କ ପକ୍ଷରୁ କିଭଳି ସୁବିଧା, ସୁଯୋଗ ଦିଆଯାଉଛି, ସେ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିଥିଲେ । ପରେ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ସିଡିପିଓ ସଲୀଳା ପ୍ରଧାନ, ମଲାଡ଼ ସରପଞ୍ଚ ପ୍ରଭାତ ସେଠି, ପଣିବନ୍ଧ ଅଙ୍ଗନବାଡିକର୍ମୀ, ହୁମ୍ମା ଏମ୍.ବି.କେ, ଗଞ୍ଜାମ କାନରା ବ୍ୟାଙ୍କ ମ୍ୟାନେଜର, ଗଞ୍ଜାମ୍ ବଡ଼ବାଜ଼ାର ପ୍ରଶାନ୍ତ ପଣ୍ଡା ଜନସେବା କେନ୍ଦ୍ର ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଏବଂ ମହିଳା ମାନଙ୍କ ଡିଜିଟାଲ ସଶକ୍ତିକରଣ ହୋଇପାରିବ ଏବଂ ଆର୍ଥିକ ଅନୁଦାନ ପାଇପାରିବେ ସେନେଇ ଗୁରୁତ୍ୱ ଆରୋପ କରିଥିଲେ। ଏହି ଗ୍ରସ୍ତବେଳେ ମିଶନ ଶକ୍ତିର ଡିପିସି ଶ୍ୱାସତ କୁମାର ସାହୁ, ଗଞ୍ଜାମ ବ୍ଲକ ଓଏଲଏମ୍ -ବିପିଏମ୍-ଜଳନ୍ଧର ମହାରଣା, ମିଶନ ଶକ୍ତି- ବିପିସି-ଚନ୍ଦନ କୁମାର ପାଢୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ