ଆତଙ୍କବାଦୀ ଶାସନ

ଦେଶଟି ଆଫଗାନିସ୍ତାନ
ଲୋକସଂଖ୍ୟା ଓଡ଼ିଶା ଠାରୁ କମ୍‌
କୋଡ଼ିଏ ବରଷ ଆମେରିକା ଶାସନ
ଚୁକ୍ତିରେ ତାଲିବାନ ଆକ୍ରମଣ
୩୪ ରାଜ୍ୟକୁ ୩୩ ମନ୍ତିରୀ
ଫେରେ ସମସ୍ତେ ନାମଜାଦା ଆତଙ୍କବାଦୀ ।
କଏଦୀ ରୂପେ ଜୀବନ କାଳ
ଶିକ୍ଷା ଦୀକ୍ଷା ନାହିଁ ।
ହିଂସାକାଣ୍ଡ, ରକ୍ତପାତ, ନରସଂହାର
ଦଶ ନିୟୁତ ଡଲାର ପୁରସ୍କାର ବାଦୀ
ପ୍ରଧାନମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ
ଜାତିସଂଘର ଘୋଷଣା
ସର୍ବୋଚ୍ଚ ନେତା ଅଖୁନ୍ଦ ଜାଦା
ଆତଙ୍କବାଦୀ ଦ୍ୱାରା ଗଠିତ ସରକାର
ବଡ଼ ଦେଶ ବଡ଼ ନେତା ସମର୍ଥନ
ଦୁର୍ବଳତାର ଚରମ ସୀମା
ଶାରିଆ ଆଧାରରେ ଶାସନ ।
ପଞ୍ଚଶିରରେ ନର ସଂହାର
ନାରୀ ଶିକ୍ଷା ନିଷିଦ୍ଧ…
ବନ୍ଧୁକ ମୂନରେ ମହିଳାଙ୍କୁ ଧମକ
ସ୍ନାତକୋତ୍ତର ଓ ଗବେଷଣା ମୂଲ୍ୟହୀନ
କ୍ଷମତାରେ ଥିବା ମୁଲ୍ଲା ଓ ତାଲିବାନ ଶ୍ରେଷ୍ଠ
ୟୁରୋପୀୟ ସଂଘ –
ବିଶବବ୍ୟାପୀ ପ୍ରତିକ୍ରିୟା
କାଶ୍ମୀର ନେତା ବି ସମର୍ଥନ
ଫାରୁକ୍ ଓ ମୁଫ୍‌ତି
ଘାଇଲା ଦେଶ ଅବସ୍ଥା
ଆତଙ୍କିତ ଜନ… ।
ବଳାତ୍କାରର ଶେଷ ସୀମା
ଚତୁର୍ଦ୍ଦିଗ ଅନ୍ଧକାର ।
କଡ଼ା ଘୋଷଣା
ଅଫିମ ନିଶା
ଖଣିଜ ପଦାର୍ଥର ଲୋଭ
ଅର୍ଥର ନାହିଁ ଅଭାବ
ହେବ କି ଶାସନ!!!

ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ
ବାଣୀବିହାର, ଆସିକା (ଗଞ୍ଜାମ)
ମୋ :୯୪୩୮୩୨୩୮୨୨

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ